Latest Odisha News

BREAKING NEWS

[ଭିଡିଓ] ଏସଓପି କଡାକଡି ପାଳନ ହେଉଛି, ଥଣ୍ଡା ଜ୍ଵର ହେଲେ ସ୍କୁଲ ଆସିବା ମନା : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ସ୍କୁଲ ଗୁଡିକରେ ସଂକ୍ରମଣ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଲେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ଥଣ୍ଡା ଜ୍ଵର ହେଲେ କୌଣସି ପିଲା ସ୍କୁଲ ନଆସନ୍ତୁ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ସ୍କୁଲରେ ସଂକ୍ରମଣ ଏତେଟା ନାହିଁ ।ଅଭିଭାବକ ମାନେ ଚାହିଁଲେ ପିଲାମାନଙ୍କୁ ସ୍କୁଲ ଛାଡି ପାରିବେ । କରୋନା ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି ।

ଅନ୍ୟପଟେ ସ୍କୁଲ ରେ ଡ୍ରପ ଆଉଟ ବା ଅଧାରୁ ପାଠ ଛାଡିଥିବା ପିଲାଙ୍କ କଥା ଯେଉଁ ଉଠୁଛି ସେଥିରେ କୌଣସି ସତ୍ୟତା ନାହଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ହଜାରରୁ ଅଧିକ ମାଇଗ୍ରେସନ ହଷ୍ଟେଲ ବନ୍ଦ ଥିବାରୁ ପ୍ରାୟ ୮ ହଜାର ଛାତ୍ରଛାତ୍ରୀ ସ୍କୁଲ ଆସିପାରିନାହିଁନ୍ତି ବୋଲି କହିଥିଲେ । ସ୍କୁଲ ଆସିବାକୁ ପିଲାମାନଙ୍କ ଆଗ୍ରହ ବଢୁଛି । ସ୍କୁଲରେ ମଧ୍ୟରେ ପିଲାମାନଙ୍କ ଉପସ୍ଥାନ ବୃଦ୍ଧି ହେଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.