Latest Odisha News

BREAKING NEWS

ପୁଣି ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଗୁଜୁରାଟରୁ ଚିହ୍ନଟ, ଦେଶରେ ୨୫କୁ ଛୁଇଁଲା ସଂଖ୍ୟା

ଜାମନଗର: ଶୁକ୍ରବାର ଦିନ ଗୁଜୁରାଟର ଜାମନଗରରେ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ କୋଭିଡ଼ ପଜିଟିଭ ରୋଗୀଙ୍କ ଆଉ ଦୁଇଟି ମାମଲା ଚିହ୍ନଟ ହୋଇଛି । ଡ଼ିସେମ୍ବର ୪ତାରିଖରେ ଗୁଜୁରାଟରେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା ଓମିକ୍ରନ କରୋନା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଭାରତରେ ସମୁଦାୟ ଓମିକ୍ରନ ପଜିଟିଭ ସଂଖ୍ୟା ୨୫ରେ ପହଞ୍ଚିଛି ।

ଡ଼ିସେମ୍ବର ୪ତାରିଖରେ ଜିମ୍ବାୱେରୁ ଗୁଜୁରାଟର ଜାମନଗର ଅଭିମୁଖେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ପରୀକ୍ଷା କରାଇବା ପରେ ଓମିକ୍ରନ ସଂକ୍ରମିତ ହୋଇଥିବା ଜାଣିଥିଲେ । ଏହାପରେ ନୂଆ ସଂକ୍ରମଣ ସବୁ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ ବୋଲି ଜଣାପଡ଼ିଛି । ଜିମ୍ବାୱେ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ୧୦ଜଣ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇ ସମସ୍ତଙ୍କ ପରୀକ୍ଷା କରାଯାଇଥିଲା । ଗୁଜୁରାଟର ସମସ୍ତ ତିନିଜଣ ରୋଗୀ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ମ୍ୟୁନିସିପାଲ କମିଶନର ବିଜୟ କୁମାର ଖରାଦୀ କହିଛନ୍ତି ।

Leave A Reply

Your email address will not be published.