Latest Odisha News

BREAKING NEWS

Expired Biscuits: ଅଭିଯୋଗ ପରେ ବି କିଛି ଆକ୍ସନ ନେଲେନି ଅଫିସର, ଜୋର ଜବରଦସ୍ତି ଲୋକେ ଖୁଆଇଲେ ଏକ୍ସପାଏରୀ ବିସ୍କୁଟ୍…

ମୁମ୍ବାଇ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରୁ ଆସିଛି ଏକ ଚର୍ଚ୍ଚିତ ଘଟଣା। ଏକ ପାନ ଦୋକାନରେ ଏକ୍ସପାୟାରୀ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗର ଯାଞ୍ଚ ପାଇଁ ଯାଇଥିବା ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେସନ୍‌ (FDA) ଅଧିକାରୀଙ୍କୁ ଲୋକଙ୍କ ଆକ୍ରୋଶର ସାମ୍ନା କରିବାକୁ ପଡ଼ିଛି। ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ଦୋକାନରୁ କିଣାଯାଇଥିବା ଏକ ନମକିନ୍‌ ଖାଦ୍ୟ ଖାଇବା ପରେ ଜଣେ ଦୁଇ ବର୍ଷର ଶିଶୁ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଥିଲା। ଶିଶୁର ମୁଣ୍ଡ ବୁଲାଇବା ସହ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ପରିବାର ତାକୁ ହସ୍ପିଟାଲ୍‌ ନେଇଥିଲେ। ଏହାପରେ ପରିବାର ଓ ସ୍ଥାନୀୟ ଲୋକେ FDA ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜଣେ FDA ଅଧିକାରୀ ଦୋକାନରେ ଯାଞ୍ଚ କରିବାକୁ ପହଞ୍ଚିଥିଲେ। କିନ୍ତୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଥିଲା ଯେ, ଶିଶୁ ଅସୁସ୍ଥ ହୋଇଥିବା ନମକିନ୍‌ ପ୍ୟାକେଟ୍‌ ପୂର୍ବରୁ ଦୋକାନରୁ ହଟାଇ ଦିଆଯାଇଥିଲା।

ଯାଞ୍ଚ ସମୟରେ ଅଧିକାରୀ ଦୋକାନରୁ କିଛି ଏକ୍ସପାଏରୀ ବିସ୍କୁଟ୍‌ ପ୍ୟାକେଟ୍‌ ଜବତ କରିଥିବା ଜଣାପଡ଼ିଛି। ତେବେ ଏହା ପରେ ଦୋକାନୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ। ଏହାକୁ ନେଇ ଉତ୍ତେଜନା ବଢ଼ିବା ସହ ଲୋକେ ଅଧିକାରୀଙ୍କୁ ଘେରିଥିଲେ। ଅଧିକାରୀ ଲାଞ୍ଚ ନେଇ ଦୋକାନୀଙ୍କୁ ରକ୍ଷା କରୁଥିବା ଅଭିଯୋଗ ମଧ୍ୟ ଲୋକେ ଆଣିଥିଲେ। ଏପରିକି ଯଦି ବିସ୍କୁଟ୍‌ ଖାଇବା ଯୋଗ୍ୟ, ତେବେ ନିଜେ ଖାଇବାକୁ କହି କିଛି ଲୋକ ତାଙ୍କୁ ଏକ୍ସପାଏରୀ ବିସ୍କୁଟ୍‌ ଜୋର ଜବରଦସ୍ତି ଖୁଆଇବାକୁ ଉଦ୍ୟମ କରିଥିଲେ। ଘଟଣା ପରେ ଗଙ୍ଗାପୁର ଚୌଫୁଲି ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ହଟାହଟା ହୋଇଥିଲେ ଖାଦ୍ୟ ସୁରକ୍ଷା ଅଫିସର ।

ଏହି ଘଟଣା ଏମିତି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ମହାରାଷ୍ଟ୍ର FDA ରାଜ୍ୟରେ ଖାଦ୍ୟ ଭେଜାଲ, ଏକ୍ସପାଏରୀ ଖାଦ୍ୟ ବିକ୍ରି ଓ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି।

Leave A Reply

Your email address will not be published.