Latest Odisha News

BREAKING NEWS

ସମ୍ ଅଲ୍ଟିମେଟରେ ହେଉଛି ଫୁଡ ଫେଷ୍ଟିଭାଲ

ଦେଶୀ, ବିଦେଶୀ ଏବଂ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହ ପାନୀୟ ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା କାଲି ସମ୍ ଅଲ୍ଟିମେଟ ମେଡିକେୟାରରେ ଫୁଡ ଫେଷ୍ଟିଭାଲ ଆରମ୍ଭ ହେଉଛି । ଆଧୁନିକ ଜୀବନଶୈଳୀରେ ପୋଷଣଯୁକ୍ତ ଖାଦ୍ୟର ଗୁରୁତ୍ୱ ବୁଝାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏବେର ଜୀବନଶୈଳୀରେ ଖାଦ୍ୟ, ପାନୀୟ ଦୈନନ୍ଦିନ ଜୀବନରେ ସୁସ୍ଥ ରୁଟିନରୁ ବାହାରେ । ଖାଦ୍ୟାବଳୀର ଯୋଜନା, ଆବଶ୍ୟକତା ଓ ଉପକାରିତା ବିଷୟରେ ଭାବିବାକୁ ମଧ୍ୟ ସମୟ ଅଭାବ ।

ଉନ୍ନତ ଜୀବନଶୈଳୀରେ ପୋଷଣଯୁକ୍ତ ଖାଦ୍ୟର ଆବଶ୍ୟକତା ଓ ଗୁରୁତ୍ୱ ବୁଝାଇବାକୁ ବୁଧବାର ଏହି କାର୍ଯ୍ୟକ୍ରମ ହେଉଥିବା ବିଷୟ ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ହୃଦୟ, ଶରୀର ଓ ଆତ୍ମାର ଆବଶ୍ୟକତା ଖାଦ୍ୟ ମେଣ୍ଟାଏ । ବିଶ୍ୱ ସ୍ୱାସ୍ଥ୍ୟ ଦିବସକୁ ନଜରରେ ରଖି ର୍ପୂବ ଦିନ ଏହି କାର୍ଯ୍ୟକ୍ରମର ଆୟୋଜନ ହେଉଛି ।

ବିଶେଷ କରି ଓଡ଼ିଆ ପାରମ୍ପରିକ ଖାଦ୍ୟ ଓ ଏହାର ପୁଷ୍ଟି ମାତ୍ରା ବିଷୟରେ ସାଧାରଣରେ ଅବଗତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ସଂସ୍ଥାର ସିଇଓ ଡ. ଶେତପଦ୍ମା ଦାଶ କହିଛନ୍ତି । ଏହି କାର୍ଯ୍ୟକ୍ରମଟି ୧୨ ଘଣ୍ଟିଆ ରହିଛି । ସକାଳ ୯ରୁ ଆରମ୍ଭ ହୋଇ ସଂଧ୍ୟା ୯ ପର୍ଯ୍ୟନ୍ତ ଚାଲିବ ।

କେବଳ ପୋଷଣ ନୁହେଁ ଖାଦ୍ୟର ସ୍ୱାଦରେ ବି ଏଠି ବେଶ୍ ଗୁରୁତ୍ୱ ଦିଆଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ବିରିୟାନୀ, ଘିଅ ଭାତ, ଚିକେନ, ମଟନ, ପଖାଳ, ତନ୍ଦୁରୀ, ରୋଲ୍, ପରଟା, ଦୋସା, ଦହିବରା, ଚାଟ୍ ସହ ଅନେକ ଓଡ଼ିଆ ପାରମ୍ପରିକ ଖାଦ୍ୟ ରହିବ ଏହି ଖାଦ୍ୟ ମେଳାରେ । ସେହିପରି ସ୍ୱତନ୍ତ୍ର ପାନୀୟ ବ୍ୟବସ୍ଥା ବି ଅଛି । ଆମ୍ବ ପଣା, ଲସି, ଫ୍ରୁଟ୍ ସେକ୍, ଲେମ୍ବୁ ପାଣି, ବଟର ମିଲ୍କ ଆଦି ପିଇବାକୁ ମିଳିବ ।

Leave A Reply

Your email address will not be published.