Latest Odisha News

BREAKING NEWS

ଖିରି ଖାଇ ଜଣେ ମହିଳା ମୃତ, ୧୫ ଅସୁସ୍ଥ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କାନପୁରରେ ଗୃହ ପ୍ରବେଶ ଭୋଜି‌ରେ ଯୋଗଦେବାକୁ ଆସିଥିବା ଲୋକମାନେ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଥିବା ଖବର ସାମ୍‌ନାକୁ ଆସିଛି। ସେଥିରୁ ୧୫ ଜଣ ଲୋକ ବିଷାକ୍ତ ଖିରି ଖାଇ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଜଣେ ବୃଦ୍ଧ ମହିଳାଙ୍କର ଏହି କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଗୋବିନ୍ଦ ସିଂ ନାମକ ଜଣେ ବ୍ୟକ୍ତି କାନପୁର ଗ୍ରାମର ରସୁଲାବାଦ ତହସିଲର ରତନପୁରରେ ତାଙ୍କ ଘର ନିର୍ମାଣ କରିଥିଲେ। ନୂତନ ଗୃହ ନିର୍ମାଣ ପରେ ବ୍ୟକ୍ତି ଜଣଙ୍କ ଏକ ଭୋଜିର ଆୟୋଜନ କରିଥିଲେ।
ସେହି ଭୋଜିରେ ଯୋଗ ଦେଇଥିବା ବ୍ୟକ୍ତିବିଶେଷମାନେ ଖାଦ୍ୟ ଖାଇବା ପରେ  ଯେତେବେଳେ ଖିରି ଖାଇଥିଲେ, ସେତେବେଳେ ହଠାତ୍ ସମସ୍ତଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା।

ଯଥାଶୀଘ୍ର ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଏହି ବିଷାକ୍ତ ଖାଦ୍ୟ ଖାଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍‌ନାକୁ ଆସିଥିଲା ​​ଏବଂ ପ୍ରାୟ ୧୫ ଜଣରୁ ଅଧିକ ଏହି ଖିରି ଖାଇ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।

Comments are closed.