Latest Odisha News

BREAKING NEWS

ସବୁ ଭାରତୀୟଙ୍କୁ ମାଗଣାରେ ମିଳିବ କୋଭିଡ-୧୯ ଭ୍ୟାକସିନ୍‌: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ବିହାରରେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପି ପକ୍ଷରୁ ଇସ୍ତାହାରରେ ବିହାର ବାସୀଙ୍କୁ ମାଗଣାରେ କୋଭିଡ ଟିକା ଦିଆଯିବ ବୋଲି ପ୍ରକାଶ କରିଥିଲେ । ଯାହାକୁ ରାଜନୈତିକ ଫାଇଦା ବୋଲି ଆକ୍ଷେପ କରିଥିଲେ ବିରୋଧି ମାନେ ।

ଯାହା ପରେ ଅନ୍ୟ ୫ଟି ରାଜ୍ୟ ମଧ୍ୟ ମାଗଣାରେ କୋଭିଡ ଟିକା ପ୍ରଦାନ ପାଇଁ ଘୋଷଣା କରିଥିଲେ । ଏଭଳି ସମୟରେ ମୋଦି ସରକାରରେ ଥିବା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ରବିବାର ଦିନ ଦାବି କରିଛନ୍ତି ଯେ ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ ।

ତେବେ ନଭେମ୍ବର ୩ ତାରିଖରେ ବାଲେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଉପ-ନିର୍ବାଚନର ଅବ୍ୟବହିତ ପୂର୍ବରୁ ଶ୍ରୀ ଷଡଙ୍ଗୀ ଏକ ସଭାରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏପରିକି ଟିକା ପାଇଁ ଜଣେ ପିଛା ୫୦୦ ଟଙ୍କା ଖର୍ଚ୍ଚ ହେବ ।

ଏହାର ଗୋଟିଏ ଦିନ ପୂର୍ବରୁ ଓଡିଶା ସରକାରର ମନ୍ତ୍ରୀ ଅନ୍ୟ ୨ ଜଣ କେନ୍ଦ୍ର ମନ୍ତ୍ରୀଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବା ସମ୍ପର୍କରେ ଜବାବ ମାଗିଥିଲେ । ଯାହା ପରେ ଶ୍ରୀ ଷଡଙ୍ଗୀ ଏଭଳି କଥା ରଖିଛନ୍ତି ।

Leave A Reply

Your email address will not be published.