ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସ ସହିତ ଏବେ ଟମାଟୋ ଏବଂ ପିଆଜର ମୂଲ୍ୟ ମଧ୍ୟ ଆକାଶଛୁଆଁ ହେଉଛି। ୧୦୦ ଟପିଛି ଟମାଟୋ ଦର। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଖାଉଟି। ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଆଜି ଟମାଟୋର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୧୧୦.୦୫ ରହିଛି।
ପାଞ୍ଚ ଦିନ ପୂର୍ବରୁ ଏକ କିଲୋଗ୍ରାମ ଟମାଟୋର ମୂଲ୍ୟ ମାତ୍ର ୩୯ ଟଙ୍କା ଥିଲା। ଏଥି ସହିତ ଗତ ପାଞ୍ଚ ଦିନରେ ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୫ ଟଙ୍କା ବୃଦ୍ଧି ପାଇଛି। ଖୁଚୁରା ବଜାରରେ ଆଜି ଏକ କିଲୋଗ୍ରାମ ପିଆଜର ମୂଲ୍ୟ ୪୦.୧୫ ଟଙ୍କା ରହିଛି। ଆଳୁର ମୂଲ୍ୟ ମଧ୍ୟ ସାମାନ୍ୟ ବୃଦ୍ଧି ପାଇଛି।
ଏଥର ସେପ୍ଟେମ୍ବର ଶେଷରେ ଅନେକ ରାଜ୍ୟରେ ବର୍ଷା ହୋଇଛି। ଯେଉଁଥିପାଇଁ ପନିପରିବା ଚାଷ ଉପରେ ପ୍ରତିକୂଳ ପ୍ରଭାବ ପଡିଛି। ଏଥି ସହିତ ମୂଲ୍ୟ ବୃଦ୍ଧି ହେବାର ଦ୍ୱିତୀୟ କାରଣ ହେଉଛି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି। ତୈଳ ଦର ବୃଦ୍ଧି ଯୋଗୁଁ ପରିବହନ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଯାହା ବର୍ତ୍ତମାନ ସାଧାରଣ ଲୋକଙ୍କ ଅସ୍ତବ୍ୟସ୍ତ କରିଛି।
Comments are closed.