ପୁରୀ : ପୁରୀ ସମୁଦ୍ରକୂଳରେ ଥିବା ହୋଟେଲରେ ଚଢାଉ । ପର୍ଯ୍ୟଟକଙ୍କୁ ବାସି ଖାଦ୍ୟ ଦିଆଯାଉଥିବା ଅଭିଯୋଗରେ ଏହି ଚଢାଉ କରାଯାଇଛି । ପୁରୀ ପୌର ପାଳିକା ସ୍ୱାସ୍ଥ୍ୟ ଅଧିକାରୀ, ଖାଦ୍ୟ ସୁରକ୍ଷା ଅଧିକାରୀ ଓ ପୋଲିସ ଟିମ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା ।
ହୋଟଲରେ ଥିବା ଖାଦ୍ୟ ଗୁଡିକୁ ଯାଞ୍ଚ କରାଯିବା ସହ ଫାଇନ ଆଦାୟ କରାଯାଇଥିଲା । ଦିଗବାରିଣି ଛକଠାରୁ ଆଚାର୍ଯ୍ୟ ହରିହର ଛକ ଯାଏଁ ୪ ଟି ହୋଟେଲରେ ଚଢାଉ କରାଯାଇଥିଲା । ଏହି ମସମୟରେ ଗୋଟିଏ ହୋଟେଲରେ ଖାଦ୍ୟ ନିରାପତ୍ତା ଲାଇସେନ୍ସ ନଥିବା ଜଣାପଡିଛି । ସେହିପରି ଅନ୍ୟ ଏ କ ହୋଟେଲ ନାରେ କୋର୍ଟରେ ମାମଲା ଥିବା ଜଣାପଡିଛି ।
ହୋଟଲେ ଗୁଡିକରେ ରେଷ୍ଟୁରାଣ୍ଟ ଓ ପରିମଳ ବ୍ୟବସ୍ଥା ଠିକ୍ ନଥିବା ବେଳେ ବାସୀ ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଥିଲା ବାସୀ ଖାଦ୍ୟ ଖାଇ ଅନେକ ଯାତ୍ରୀ ଓ ଲୋକମାନେ ଡାଇରିଆ ଓ ପେଟ ଜନୀତ ରୋଗରେ ସଂକ୍ରମିତ ହୋଇଥିଲେ ।ଏନେଇ ଅଭିଯୋଗ ହେବା ପରେ ଖାଦ୍ୟ ସୁରକ୍ଷା ଅଧିକାରୀ ଟିମ୍ ଘଟଣା ସ୍ଥଳରେ ଚଢାଉ କରିଥିଲେ । ଏହି ଅଭିଯୋଗରେ ବିଭିନ୍ନ ହୋଟେଲରେ ଚଢାଉ କରାଯାଇଛି।
Comments are closed.