Latest Odisha News

BREAKING NEWS

୪୦ ମିଲିଅନ ଭାରତୀୟ ଟୀକା ୟୁରୋପ ଓ ଅଷ୍ଟ୍ରେଲିଆକୁ ରପ୍ତାନୀ ହୋଇଛି

ସେରମ ଇନଷ୍ଟିଚ୍ୟୁଟ ସର୍ବନିମ୍ନ ୫ ଡଲାରରେ ବିଦେଶରେ ବିକୁଛିି ନୋବୋଭାକ୍ସ ଟୀକା

ଭୁୁବନେଶ୍ୱର: ଭାରତରେ ପ୍ରଥମ ଥର ପ୍ରସ୍ତୁତ ଟୀକା, ଯାହା ୟୁରୋପୀୟ ଦେଶ ଗୁଡ଼ିକୁ ବିକ୍ରି କରାଯାଇଛି । କେବଳ ୟୁରୋପ ନୁହେଁ । ଦ୍ୱୀପ ମହାଦେଶ ଅଷ୍ଟ୍ରେଲିଆକୁ ମଧ୍ୟ ଭାରତୀୟ ଟୀକା ରପ୍ତାନୀ କରାଯାଇଛି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବୁଷ୍ଟର ଡୋଜ ପାଇଁ ୨୦୦ ମିଲିଅନ କୋଭିସିଲ୍ଡ ଟୀକା ଷ୍ଟକ୍ ରଖିଛି । ସେଥରୁ ପ୍ରାୟ ୪୦ ମିଲିଅନ ଟୀକା ଅଷ୍ଟ୍ରେଲିଆ ଓ ୟୁରୋପକୁ ରପ୍ତାନୀ କରାଯାଇଛି ।

ମଙ୍ଗଳବାର, ସେରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଆଦର କହିଛନ୍ତି ଯେ, ‘ଭାରତରେ ବୁଷ୍ଟର ଡୋଜର ମୂଲ୍ୟକୁ କମାଇ ଦେଇଛୁ । ଯାହା ଫଳରେ ଇଚ୍ଛାକୃତ ସମସ୍ତ ବ୍ୟକ୍ତି ଏହାକୁ ସହଜରେ ନେଇ ପାରିବେ । ଘରୋଇ ଡାକ୍ତରଖାନା ପାଇଁ ଏହାର ମୂଲ୍ୟ ୨୨୫ ଟଙ୍କା ରଖାଯାଇଛି । ଏବଂ ଡାକ୍ତରଖାନା ଗୁଡ଼ିକ ସେମାନଙ୍କ ସର୍ଭିସ ଚାର୍ଜ ବାବଦକୁ ୧୫୦ ଟଙ୍କା ନେଉଛନ୍ତି ।’

ସବୁ ପରେ ଟୀକାର ମୂଲ୍ୟ ୮୦୦-୯୦୦ ଟଙ୍କାରୁ କମ୍ ରହିଛି ବୋଲି ଆଦର କହିଛନ୍ତି । ବିଦେଶକୁ ରପ୍ତାନୀ ହୋଇଥିବା ଟୀକା ନୋବୋଭାକ୍ସର ମୂଲ୍ୟ ସର୍ବନିମ୍ନ ୫ ଡଲାର ରହିବ ବୋଲି ପୂର୍ବରୁ ଫେବୃୟାରୀ ମାସରେ ଆଦର ସୂଚନା ଦେଇଥିଲେ । ପରେ ସେଠାରେ ବିଭିନ୍ନ ଦେଶକୁ ନେଇ ଡୋଜ ପିଛା ମୂଲ୍ୟରେ ପାର୍ଥକ୍ୟ ରହିପାରେ ।

Leave A Reply

Your email address will not be published.