Latest Odisha News

BREAKING NEWS

ଗ୍ୟାସ ସମସ୍ୟା ଥିଲେ ଦୁରେଇ ରୁହନ୍ତୁ ଏହି ଖାଦ୍ୟଠାରୁ

ଆଜିକାଲି ଲୋକମାନେ ଠିକ ସମୟରେ ଖାଇବା ଶୋଇବା ନକରିବା କାରଣରୁ ଗ୍ୟାସଷ୍ଟ୍ରିକ୍ ସମସ୍ୟାଏ ଶିକାର ହେଉଛନ୍ତି । ସମସ୍ତଙ୍କ ପାଖରେ ଏଭଳି ସମସ୍ୟା ଦେଖା ଯାଉଥିବା ବେଳେ ଲୋକେ ସମସ୍ୟାର କାରଣ ନ ଜାଣି ଔଷଧ ଖାଇବାରେ ଲାଗିଛନ୍ତି ।

ଆଜି ଆମେ ଗ୍ୟାସଷ୍ଟ୍ରିକ୍ ସମସ୍ୟା କାରଣ ବିଷୟରେ ଜଣାଇବୁ । ଯାହାକୁ ପ୍ରତିଦିନର ଖାଦ୍ୟରୁ ହଟାଇବା ନିହାତି ଦରକାର ।

୧. ଗ୍ୟାସ୍ ସମସ୍ୟା ଥିଲେ ଫାଷ୍ଟଫୁଡ୍ ଜମା ବି ଖାଆନ୍ତୁ ନାହିଁ । କାରଣ ଫାଷ୍ଟଫୁଡକୁ ତିଆରି କରିବାରେ ଅନେକ ମସଲାର ବ୍ୟବହାର କରାଯାଇଥାଏ । ଯାହାଦ୍ୱାରା ପେଟ ଗରମ ହେବା, ଜଳିବା ଏବଂ ବଦହଜମି ଭଳି ସମସ୍ୟା ଦେଖା ଯାଇଥାଏ ।

୨. ପତ୍ରକୋବି ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ପେଟରେ ଗ୍ୟାସ୍ ସୃଷ୍ଟି କରିଥାଏ । କାରଣ ପତ୍ରକୋବିକୁ ହଜମ ହେବାରେ ସମୟ ଲାଗିଥାଏ । ରାତି ସମୟରେ ଏହାକୁ ଖାଇବା ଦ୍ୱାରା ଏହା ହଜମ ନ ହୋଇ ପାରି, ପେଟରେ ଗ୍ୟାସ୍ ସୃଷ୍ଟି କରିଥାଏ ।

୩.ଗ୍ୟାସଷ୍ଟ୍ରିକ୍ ସମସ୍ୟାରେ ଥିବା ଲୋକେ ରାତି ସମୟରେ ଆଳୁ ଏବଂ ପିଆଜରେ ତିଆରି ହୋଇଥିବା ଜିନିଷ ଖାଇବା ଉଚିତ୍ ନୁହେଁ । କାରଣ ଆଳୁ ଏବଂ ପିଆଜରେ କୋଲେଷ୍ଟ୍ରଲର ମାତ୍ରା ଅଧିକ ପରିମାଣରେ ରହିଥାଏ । ଯାହା ଦ୍ୱାରା ପେଟରେ ଗ୍ୟାସ ଭରି ଯାଇଥାଏ ।

Leave A Reply

Your email address will not be published.