Latest Odisha News

BREAKING NEWS

ମହିଳାଙ୍କ ସହ ଏକତ୍ର ପାର୍ଟି କରିବା ଯୋଗୁ ଗିରଫ ହେଲେ ଇରାନ ଫୁଟବଲ ଖେଳାଳି

ତେହେରାନ: ଇରାନରେ ଡିସେମ୍ବର ୩୧ ରାତିରେ ନୂତନ ବର୍ଷ ମଉଜ କରିବା ସ୍ଥାନୀୟ ଫୁଟବଲ ଖେଳାଳିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ପାର୍ଟିରେ ମହିଳାଙ୍କ ଉପସ୍ଥିତି ଏବଂ ମଦ୍ୟପାନ କରିବା ସେମାନଙ୍କୁ ଅଡୁଆରେ ପକାଇଛି । ପୋଲିସ ସେମାନଙ୍କୁ ଗିରଫ କରିଛି । ଇରାନର ଏକ ପ୍ରତିଷ୍ଠିତ କ୍ଲବର ଏହି ଖେଳାଳିମାନଙ୍କ ମଧ୍ୟରୁ କେଉଁମାନେ ଗିରଫ ହୋଇଛନ୍ତି ତାହା ପ୍ରକାଶ କରାଯାଇ ନାହିଁ । ଇରାନରେ ମଦ୍ୟପାନ କରିବା ଏବଂ ପୁରୁଷ-ମହିଳା ଏକତ୍ର ନୃତ୍ୟ କରିବା ସମ୍ପୂର୍ଣ୍ଣ ଭାବେ ମନା । ତେବେ ଅଣ ମୁସଲିମମାନେ ଆବଶ୍ୟକ କ୍ଷେତ୍ରରେ ମଦ୍ୟପାନ କରିବେ । ତେବେ କେତେକ ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁସାରେ ଗିରଫ ପରେ ପୋଲିସ ଖେଳାଳିମାନଙ୍କୁ ଛାଡି ଦେଇଛି ।

ଜଣେ ବ୍ୟକ୍ତି ଯିଏ କି ଫୁଟବଲର ନୁହେଁ ତାଙ୍କୁ ଅଟକ ରଖାଯାଇଛି । କିଛି ଦିନ ତଳେ ଲୋକପ୍ରିୟ ଫୁଟବଲ ତାରକା ଅଲୀ ଦେହାଇଙ୍କ ପତ୍ନୀ ତେହେରାନରୁ ଦୁବାଇ ଯାଉଥିବା ବେଳେ ତାଙ୍କ ବିମାନକୁ ଡାଇଭର୍ଟ କରି ଓହ୍ଲାଇ ଦିଆଯାଇଥିଲା । ଏ ନେଇ ଅଲୀ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ ।

Leave A Reply

Your email address will not be published.