Latest Odisha News

ଉତର କୋରିଆ-ଦକ୍ଷିଣ କୋରିଆ ବିବାଦ ଚରମ ସୀମାରେ, ଜାପାନରେ ଜାରୀ ହେଲା ଆଲର୍ଟ

ଟୋକିଓ: ରୁଷ-ୟୁକ୍ରେନ ପରେ ଏବେ ଉତର କୋରିଆ ଓ ଦକ୍ଷିଣ କୋରିଆ ବିବାଦ ତୀବ୍ର ରୂପ ନେଇଛି । ଏପରିକି ଏହି ଅଶାନ୍ତି ଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦେଖି ଜାପାନ ମଧ୍ୟ ତାର କେତେକ ଅଂଚଳରେ ଆଲର୍ଟ ଜାରୀ କରିଛି । ୨ ଦିନ ତଳେ ଉତର କୋରିଆ ବିବାଦୀୟ ଅଂଚଳ ନିକଟରେ ୨୩ ମିସାଇଲ ପରୀକ୍ଷଣ କରିଥିଲା । ଏହାର ଜବାବରେ ଦକ୍ଷିଣ କୋରିଆ ମଧ୍ୟ ୩ଟି ମିସାଇଲ ପରୀକ୍ଷଣ କରିଥିଲା । ତେବେ ଏହି ଘଟଣାରେ ଜାପାନ ବିରକ୍ତ ହେବାର କାରଣ ଉତର କୋରିଆର ମିସାଇଲ ସେମାନଙ୍କ ସୀମା ଦେଇ ପ୍ରଶାନ୍ତ ମହାସାଗରରେ ପଡିଥିଲା ।

ଦୁଇ କୋରିଆ ଦେଶ ମୁହାଁମୁହିଁ ହେବାର ମାନେ ପରାକ୍ଷରେ ଆମେରିକା, ଚୀନ ଓ ରୁଷିଆ ଏଥିରେ ସାମିଲ ହେବ । ଯାହାକୁ ନେଇ ରକ୍ଷା ବିଶେଷଜ୍ଞମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ଉତର କୋରିଆର ଏହି ମିସାଇଲ ପରୀକ୍ଷା ନେଇ ଆମେରିକା ନିନ୍ଦା କରିଛି । ଏହା ପରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଂଟୋନୀ ବ୍ଲିଙ୍କନ ଦକ୍ଷିଣ କୋରିଆର ପାର୍କ ଜିନଙ୍କ ସହ ଏ ନେଇ ଆଲୋଚନା ମଧ୍ୟ କରିଛନ୍ତି ।

Leave A Reply

Your email address will not be published.