Latest Odisha News

ଆମେରିକାରେ ପ୍ରଥମ ଥର ପାଇଁ ନାଇଟ୍ରୋଜେନ୍ ଗ୍ୟାସ୍ ଦ୍ୱାରା ଦିଆଯିବ ମୃତ୍ୟୁଦଣ୍ଡ 

ୱାଶିଂଟନ: କୌଣସି ଦେଶରେ ଏକ ଅପରାଧ ପାଇଁ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ମୃତ୍ୟୁଦଣ୍ଡ ଦିଆଯାଏ । ସାଧାରଣତଃ ମୃତ୍ୟୁଦଣ୍ଡ ମାମଲାରେ ଦୋଷୀକୁ ଫାଶୀ ଦିଆଯାଏ । କିନ୍ତୁ ଆମେରିକାର ଆଲାବାମାରେ ଆଉ ଫାଶୀ ଦିଆଯିବନି । ନାଇଟ୍ରୋଜେନ ହାଇପୋକ୍ସିଆ ମାଧ୍ୟମରେ ମୃତ୍ୟୁଦଣ୍ଡ ଦିଆଯିବ । ଜାନୁଆରୀ ୨୫ରେ ନାଇଟ୍ରୋଜେନ ହାଇପୋକ୍ସିଆ ମାଧ୍ୟମରେ ମୃତ୍ୟୁଦଣ୍ଡ ଦିଆଯିବ। ଫାଶୀ ହେବାର ଏହି ପଦ୍ଧତି ଅତ୍ୟନ୍ତ ଯନ୍ତ୍ରଣାଦାୟକ ନୁହେଁ । ତେଣୁ ଦୋଷୀଙ୍କୁ ଫାଶୀ ବଦଳରେ ନାଇଟ୍ରୋଜେନ ହାଇପୋକ୍ସିଆରେ ମୃତ୍ୟୁ ଦଣ୍ତରେ ଦଣ୍ଡିତ କରାଯିବ ।

ଆମେରିକାରେ ପ୍ରଥମଥର ପାଇଁ ଏହି ପଦ୍ଧତି ପ୍ରୟାଗ କରାଯିବ । ଆଲେନ୍ ଇଉଜିନ୍ ମିଲରଙ୍କ ଉପରେ ମୃତ୍ୟୁଦଣ୍ଡର ଏହି ପଦ୍ଧତି ପ୍ରଥମ ଥର ପାଇଁ ପ୍ରୟୋଗ କରାଯିବ । ପୂର୍ବରୁ ଇଞ୍ଜେକ୍ସନ ମାଧ୍ୟମରେ ମୃତ୍ୟୁଦଣ୍ଡ ଦିଆଯିବାର ଥିଲା । ମାତ୍ର ଏହି ପଦ୍ଧତି ଜଣାପଡିବା ପରେ ଦଣ୍ଡ ଦେବା ପଦ୍ଧତି ପରିବର୍ତ୍ତନ କରାଯାଇଛି । କାରଣ ଏହା ଏକ ଯନ୍ତ୍ରଣାଦାୟକ ପଦ୍ଧତି । ୧୯୯୯ରେ ଆଲେନ୍ ଇଉଜିନ୍ ମିଲର ଅଫିସରେ ୩ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହା ପରେ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏହି ଦଣ୍ଡ ଆମେରିକାରେ ପାଞ୍ଚ ବର୍ଷ ପୂର୍ବେ ଅନୁମୋଦିତ ହୋଇଥିଲା, କିନ୍ତୁ ଏହା ଏପର୍ଯ୍ୟନ୍ତ ବ୍ୟବହୃତ ହୋଇନଥିଲା।

ନାଇଟ୍ରୋଜେନ୍ ହାଇପୋକ୍ସିଆ ଅମ୍ଳଜାନକୁ ନାଇଟ୍ରୋଜେନରେ ପରିବର୍ତ୍ତିତ କରିଦିଏ । ଫଳରେ ଶରୀରକୁ ଅମ୍ଳଜାନ ଯୋଗାଣ ବନ୍ଦ ହୋଇଯାଏ । ଯାହା ପରେ କଏଦୀ ଏପରି ପରିସ୍ଥିତିରେ ନିଃଶ୍ୱାସରେ ନାଇଟ୍ରୋଜେନ ନେଇଥାଏ ।ଏହି କାରଣରୁ, ଶରୀରରେ ଅମ୍ଳଜାନର ପରିମାଣ ହ୍ରାସ ପାଇଥାଏ ଓ ବ୍ୟକ୍ତିର ମୃତ୍ୟୁ ହୋଇଯାଏ ।

 

 

 

Comments are closed.