Latest Odisha News

BREAKING NEWS

ଅଯୋଧ୍ୟାରୁ ବିମାନ ସେବା ଆରମ୍ଭ କରିବ ସ୍ପାଇସଜେଟ୍: ଯୋଡି ହେବ ଚେନ୍ନାଇ, ବେଙ୍ଗାଲୁରୁ ଓ ମୁମ୍ବାଇ 

ଲକ୍ଷ୍ନୌ: ଆସନ୍ତା ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ। ଏହା ପୂର୍ବରୁ ସଜେଇ ହେଲାଣି ଅଯୋଧ୍ୟା ନଗରୀ। ରାମଲାଲାଙ୍କ ଭବ୍ୟ ଉତ୍ସବରେ କୋଣ ଅନୁକୋଣରୁ ଲୋକ ଯୋଗଦେବେ । ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି। ଆସନ୍ତା ଫେବୃଆରୀ ୧ ତାରିଖରୁ ଅଯୋଧ୍ୟାରୁ ଚେନ୍ନାଇ, ମୁମ୍ବାଇ ଓ ବେଙ୍ଗାଲୁରୁକୁ ନିୟମିତ ବିମାନ ସେବା ଆରମ୍ଭ ହେବ । ଏନେଇ ବା ସ୍ପାଇସଜେଟ ପକ୍ଷରୁ ସୂଚନା ମିଳିଛି। ଏହି ରୁଟରେ ବୋଇଙ୍ଗ ୧୮୮ ସିଟ୍ ବିଶିଷ୍ଟ ୭୩୭ ବିମାନ ଉଡାଣ କରିବ ।

ଗତ ସପ୍ତାହରେ ସ୍ପାଇସଜେଟ୍ ଜାନୁଆରୀ ୨୧ ତାରିଖରେ ଦିଲ୍ଲୀରୁ ଅଯୋଧ୍ୟାକୁ ଏକ ସ୍ୱତନ୍ତ୍ର ବିମାନ ଚଳାଚଳ କରିବ ବୋଲି ଘୋଷଣା କରାଯାଇଥିଲା । ଜାନୁଆରୀ ୨୨ରେ ରାମଲାଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଉଥିବା ଯାତ୍ରୀମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ବିମାନ ସେବା ଆରମ୍ଭ ହେବ । ସେହିପରି ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ସ୍ପାଇସଜେଟ ରିଟର୍ଣ୍ଣ ଫ୍ଲାଇଟର ମଧ୍ୟ ବ୍ୟବସ୍ଥା କରିଛି ।ଅଯୋଧ୍ୟାକୁ ବିମାନ ଉଡ଼ାଣ ବ୍ୟତୀତ ଫେବୃଆରୀ ୧ ତାରିଖରୁ ମୁମ୍ବାଇରୁ ଶ୍ରୀନଗର, ଚେନ୍ନାଇରୁ ଜୟପୁର ଏବଂ ବେଙ୍ଗାଲୁରୁରୁ ବାରାଣାସୀକୁ ବିମାନ ସେବା ସଂଯୋଗ କରିବା ନେଇ ଘୋଷଣା କରିଛି ।

ଅଯୋଧ୍ୟାକୁ ଚେନ୍ନାଇ, ବେଙ୍ଗାଲୁରୁ ଏବଂ ମୁମ୍ବାଇକୁ ନିୟମିତ ବିମାନ ଉଡ଼ାଣ ଘୋଷଣା କରି ଆମେ ଖୁସି । ଏହା ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ଯୋଗାଇବ । ସ୍ପାଇସଜେଟ୍ ଖୁବ୍ ଶୀଘ୍ର ଭାରତର ଅନ୍ୟ ସହରଗୁଡ଼ିକୁ ଅଯୋଧ୍ୟା ସହିତ ସଂଯୋଗ କରିବ। ଆରାମଦାୟକ ଯାତ୍ରା ପାଇଁ ନିୟମିତ ବିମାନ ସେବା ଯୋଗାଇବ ବୋଲି କହିଛନ୍ତି ସ୍ପାଇସଜେଟର ମୁଖ୍ୟ ଶିଳ୍ପା ଭାଟିୟା।

Leave A Reply

Your email address will not be published.