Latest Odisha News

BREAKING NEWS

ରଜ ପାଇଁ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ

ଭୁବନେଶ୍ୱର: ପବିତ୍ର ରଜ ପର୍ବ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ  ଅନୁପ୍ରିୟା ପଟେଲ । ଓଡ଼ିଆଙ୍କ ଗଣ ପର୍ବ ରଜରେ ପ୍ରକୃତିମାତା, ଧରିତ୍ରୀମାତାଙ୍କ ସମେତ ନାରୀମାନଙ୍କୁ ପୂଜା ଓ ସମ୍ମାନିତ କରାଯାଇଥାଏ ।  ପ୍ରକୃତି ସହ ଯୋଡି ହୋଇ ରହିବା ପାଇଁ ରଜ ଉତ୍ସବ ଓଡ଼ିଶାବାସୀ ପାଳନ କରୁଛନ୍ତି । ତିନି ଦିନ ଧରି ଓଡ଼ିଶାର ପୁରପଲ୍ଲୀରେ ଅନୁଷ୍ଠିତ ହେଉଥିବା ଏହି ରଜ ପର୍ବ ପାଳନ ଅବସରରେ ପ୍ରତ୍ୟେକ ଘରେ କୁମାରୀ ଝିଅମାନେ ନୂଆ ପୋଷାକ ପରିଧାନ କରି ପାରଂପାରିକ ପିଠା, ମିଠା, ପାନ ଖାଇବା ସହ ଲୁଡୁ ଖେଳିଥାନ୍ତି । ରାଜ୍ୟବୟାପୀ ଏହି ମହାନ ପର୍ବ ପାଳନ ହେଉଥିବାବେଳେ  ଓଡିଶା ଆସି  ରଜ ପର୍ବ ଅବସରରେ ଓଡିଶାର ସମସ୍ତ ମା ଓ ଭଉଣୀଙ୍କୁ ଆନ୍ତରିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇବା ସହିତ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଭରି ଦେବାକୁ ଭଗବାନଙ୍କଠାରେ କେନ୍ଦ୍ରମନ୍ତ୍ରୀ  ଅନୁପ୍ରିୟା ପଟେଲ ପ୍ରାର୍ଥନା କରିଛନ୍ତି ।

ମୋଦି ସରକାରଙ୍କ ୮ବର୍ଷର ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ଯାତ୍ରାର ପ୍ରଚାର ଓ ପ୍ରସାର ପାଇଁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ  ଅନୁପ୍ରିୟା ପଟେଲ ଆଜି ରାଜ୍ୟ କାର୍ଯ୍ୟାଳୟ ପରିଦର୍ଶନରେ ଆସିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ପଟେଲ ଭୁବନେଶ୍ୱର ଜିଲ୍ଲା ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.