ନୂଆପଡା : ଆଜି ଦିନକିଆ ବିଶ୍ବକପର ଫାଇନାଲ ମ୍ୟାଚ୍ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାଲଢେଇ । ଏଥିଲାଗି ସାରା ବିଶ୍ୱବାସୀ ସେହି ସୁବର୍ଣ୍ଣ ମୁହୁର୍ତ୍ତକୁ ଉତ୍କଣ୍ଠାର ସହ ଅନାଇ ବସିଛନ୍ତି । ଭାରତୀୟ ଟିମର ବିଜୟ ମନାସୀ ବିଭିନ୍ନ ଦେବାଦେବୀ ଙ୍କ ପୀଠ ରେ ପୂଜାର୍ଚ୍ଚନା, ହୋମଯଜ୍ଞ କରି ଖେଳାଳି ଙ୍କ ନାମ ଉଚ୍ଚାରଣ କରି ଶୁଭ ମନସୁଛନ୍ତି କ୍ରିକେଡପ୍ରେମୀ । ଏହାର ପ୍ରଭାବ ନୂଆପଡା ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ।
ବିଶେଷ କରି ତୁକୁଲା ଠାରେ ଶହଶହ କ୍ରିକେଟ ପ୍ରେମୀ ଓ ଖେଳାଳି ଏକାଠି ହୋଇ ଜଗତର ନାଥ ଜଗନ୍ନାଥ ଓ ବିମଲେଶ୍ଵର ମହାଦେବ ଙ୍କ ଠାରେ ଆସି ପୂଜା ଅର୍ଚ୍ଚନା କରି ଖେଳାଳି ମାନଙ୍କ ଫଟୋଚିତ୍ର ରେ ତିଳକ ଚନ୍ଦନ ଲଗାଇ ପ୍ରଭୁ ଖେଳାଳି ମାନଙ୍କୁ ଆଶୀର୍ବାଦ କରନ୍ତୁ ଓ ଭାରତର ବିଜୟ ରେ ସହାୟକ ହୁଅନ୍ତୁ ବୋଲି ଭଗବାନ ଙ୍କ ଠାରେ ଗୁହାରି କରିଛନ୍ତି । ଭଗବାନ ଭକ୍ତ ର ଡାକ ଶୁଣନ୍ତି । ଓ ବିଶ୍ୱାସ ରହିଛି ଆମର ଗୁହାରି ନିଶ୍ଚୟ ଶୁଣି ଭାରତ ବିଶ୍ୱକପ ବିଜୟ ରେ ସହାୟକ ହେବ ବୋଲି କହିଛନ୍ତି ।
Comments are closed.