Latest Odisha News

BREAKING NEWS

୨୦୨୧ର ଧନୀ ଫୁଟବଲରଙ୍କ ସୂଚୀ ଜାରି କଲା ଫୋର୍ବସ, ରୋନାଲ୍ଡୋ ଶୀର୍ଷରେ

ଲଣ୍ଡନ: ୨୦୨୧ର ଧନୀ ଫୁଟବଲରଙ୍କ ତାଲିକା ଫୋର୍ବସ ଜାରୀ କରିଛି । ଏଥିରେ ମାଂଚେଷ୍ଟର ୟୁନାଇଟେଡ ପକ୍ଷରୁ ଖେଳୁଥିବା ପର୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କ ଆୟ ଚଳିତ ବର୍ଷ ୧୨୫ ମିଲିୟନ ଡଲାର ରହିଛି । ଆର୍ଜେଂଟିନାର ଲିଓନେଲ ମେସି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ପିଏସଜି କ୍ଲବ ପକ୍ଷରୁ ଖେଳୁଥିବା ମେସିଙ୍କ ଆୟ ୧୧୦ ମିଲିୟନ ରହିଛି ।

ସେହିପରି ନେମାର (୯୫ ମିଲିୟନ) ଓ କାଇଲିଆନ ମୋବାପେ(୪୩ ମିଲିୟନ) ଯଥାକ୍ରମେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି । ଉଭୟ ପିଏସଜି ପକ୍ଷରୁ ଖେଳୁଛନ୍ତି । ଲିଭରପୁଲର ମହମ୍ମଦ ସାଲେହ (୪୧ ମିଲିୟନ) ୫ମ ସ୍ଥାନ ହାସଲ କରିଛନ୍ତି ।

Leave A Reply

Your email address will not be published.