Latest Odisha News

BREAKING NEWS

କଲରା ପତରିଆ ବାଘ ଛାଲ ଜବତ ମାମଲାରେ ଡେପୁଟି ରେଂଜରଙ୍କ ପୁଅ ଗିରଫ

ବାରିପଦା: ବିଗତ ଦିନରେ ବାରିପଦା ଦିବ୍ୟା ହୋଟେଲରୁ କରଲା ପତରିଆ ବାଘ ଛାଲ ଜବତ ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ଏହି ମାମଲାରେ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଗିରଫ ୩ ଅଭିଯୁକ୍ତଙ୍କୁ ବାରିପଦା ବନବିଭାଗ ଗତକାଲି କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତଙ୍କ ମଧ୍ୟରେ ସାମିଲ ଅଛି ମୁଖ୍ୟ ଆସାମୀ ତଥା ପେଶାଦାର ଶିକାରୀ ଲକ୍ଷ୍ମଣ ମୁର୍ମୁ, ବି.ଟେକ୍ ଛାତ୍ର ବିକାଶ ବିନୟ ସିଂ ଓ ବଡସାହି ଥାନା ଅନ୍ତର୍ଗତ ଉଠାଣ ନୂଆଁଗାଁର ବିକାଶ ଚନ୍ଦ୍ର ବେଣ୍ଟକାର ।

ସବୁଠୁ ଚକିତକର ଘଟଣା ହେଉଛି କଲରା ପତରିଆ ବାଘ କାରବାର ମାମଲାରେ ଗିରଫ ବି.ଟେକ୍ ଛାତ୍ର ବିକାଶ ବିନୟ ସିଂଙ୍କ ବାପା ଜଣେ ଡେପୁଟି ରେଂଜର ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଥିଲାବେଳେ ମୁଖ୍ୟ ଆସାମୀ ଲକ୍ଷ୍ମଣ ମୁର୍ମୁ ନିକଟରୁ ବହୁ ପରିମାଣର ମାରଣାସ୍ତ୍ର ଜବତ ହୋଇଛି ।

Leave A Reply

Your email address will not be published.