Latest Odisha News

ଭାରତୀୟ ସେନାରେ ସାମିଲ ହେବ ଫୋର୍ସ ଗୁରଖା; ଜାଣନ୍ତୁ ଏହାର ଦାମ୍

ନୂଆଦିଲ୍ଲୀ: ଫୋର୍ସ ଗୁରଖା (Force Gurkha)ଭାରତୀୟ ସେନାରେ ସାମିଲ ହେବ । ଭାରତୀୟ ପ୍ରତିରକ୍ଷା ବାହିନୀ ପକ୍ଷରୁ ୨ ହଜାର ୯୭୮ ୟୁନିଟ୍ ଗୁରଖା ପାଇଁ ଅର୍ଡର ଦିଆଯାଇଛି । ଫୋର୍ସର ଏହି ଅଫ୍ ରୋଡିଂ ଏସୟୁଭି ଭାରତୀୟ ସେନା ଏବଂ ଭାରତୀୟ ପ୍ରତିରକ୍ଷା ବାହିନୀ ପାଇଁ କାର୍ଯ୍ୟ କରିବ। ପ୍ରତିରକ୍ଷା ବାହିନୀ ବିଶେଷ ଭାବରେ GS 4×4 ମଡେଲର ଡିମାଣ୍ଡ କରିଛନ୍ତି ।

ଫୋର୍ସ ଗୁରଖାର ମୂଲ୍ୟ ବିଷୟରେ କହିବାକୁ ଗଲେ, ଫୋର୍ସ ଗୁରୁଖା ଭାରତୀୟ ବଜାରରେ ୩ ଏବଂ ୫ ଡୋର୍ ବିକଳ୍ପରେ ଉପଲବ୍ଧ । ୩ ଡୋର୍ ଗୁରଖା ଏସୟୁଭିର ମୂଲ୍ୟ ହେଉଛି ୧୬.୭୫ ଲକ୍ଷ( ଏକ୍ସ-ଶୋ’ରୁମ୍ )। ୫ ଡୋରର ଗୁରଖାର ମୂଲ୍ୟ ୧୮ ଲକ୍ଷ (ଏକ୍ସ-ଶୋ’ରୁମ)ରୁ ଆରମ୍ଭ ହେଉଛି । ଫୋର୍ସ ଗୁରଖା ( Force Gurkha) ମାର୍କେଟରେ Mahindra Thar Roxxକୁ ଟକ୍କର ଦେବ । ଫୋର୍ସର ଏହି କାରକୁ 150 Kmphର ଟପ୍ ସ୍ପିଡରେ ଚଲାଯାଇପାରିବ ।

ଫୋର୍ସ ଗୁରଖା ବଜାରାରେ ଦୁଇଟି ଫର୍ମରେ ଆସୁଛି । ଏହି କାରଟି ୩ ଡୋର୍ ଏବଂ୫ ଡୋରର ଲେଆଉଟ୍ ସହିତ ଆସିଥାଏ । ଏହି ଦୁଇଟି ମଡେଲରେ ୨.୬ ଲିଟର ଟର୍ବୋ-ଚାର୍ଜଡ ଇଣ୍ଟର-କୁଲ୍ଡ ଡିଜେଲ ଇଞ୍ଜିନ ଅଛି । ଏହି ଇଞ୍ଜିନରୁ ୧୩୮bhpର ପାଓ୍ବାର ମିଳେ ଓ ୧,୪୦୦-୨,୬୦୦ rpmରେ ୩୨୦Nmର ପିକ୍ ଟର୍କ ପାଇବେ । ଏହି ଗାଡିରେ ଲାଗିଥିବା ଇଞ୍ଜିନ୍ ସମସ୍ତ ଚାରୋଟି ହୁଇଲକୁ ପାୱାର ଯୋଗାଇଥାଏ । ଏହି ଗାଡ଼ିରେ ୫-ସ୍ପିଡ୍ ମାନୁଆଲ୍ ଗିୟରବକ୍ସ ଲାଗାଯାଇଛି ।

ଫୋର୍ସର ଏହି ଅଫ-ରୋଡ୍ SUV ୧୮-ଇଞ୍ଚ ଆଲଏ ହ୍ବିଲ୍ସ ସହିତ ଆସିଥାଏ । ଏହି ଗାଡ଼ିରେ ଏକ ୭-ଇଞ୍ଚର ଡିଜିଟାଳ୍ ଇନଷ୍ଟ୍ରୁମେଣ୍ଟ କନସୋଲ୍ ଦିଆଯାଇଛି । ଏହା ସହିତ ୯-ଇଞ୍ଚ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ ମଧ୍ୟ ଲଗାଯାଇଛି । ଏହି ଗାଡ଼ିଟି ୨୩୩ ମିମିର ଗ୍ରାଉଣ୍ଡ କ୍ଲିୟରାନ୍ସ ସହିତ ଆସିଥାଏ ।

ସେଫ୍ଟି ପାଇଁ ଫୋର୍ସ ଗୁରଖାରେ ABS ଏବଂ EBD ସହିତ ଦୁଇଟି ଏୟାରବ୍ୟାଗ୍ ଏବଂ ଟାୟାର ପ୍ରେସର ମନିଟରିଂ ସିଷ୍ଟମ (TMPS) ର ସୁବିଧା ମିଳିଥାଏ । ୫-ଡୋର୍ ଗୁରଖାକୁ ଲାଲ,ସବୁଜ,ଧଳା ଓ କଳା ଭଳି ୪ଟି ରଙ୍ଗର ବିକଳ୍ପରେ କିଣାଯାଇପାରିବ ।

Comments are closed.