Latest Odisha News

BREAKING NEWS

ଭୁବନେଶ୍ୱରରୁ ଜବତ ହେଲା ଦେଶୀ ଓ ବିଦେଶୀ ମଦ

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳ ଅନ୍ତର୍ଗତ ଷ୍ଟେସନ ବଜାର ନିକଟରେ ଥିବା ୨ଟି ଘରେ ଗତକାଲି ବିଳମ୍ବିତ ରାତିରେ ସ୍ପେଶାଲ୍ ସ୍କ୍ୱାଡ୍ ଓ ଲକ୍ଷ୍ମୀସାଗର ପୋଲିସ ମିଳିତ ଭାବେ ଚଢାଉ କରି ଉଭୟ ଦେଶୀ ଓ ବିଦେଶୀ ମଦ ଜବତ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଜବତ ୬୧୭ଟି ବିଦେଶୀ ମଦ ବୋତଲ ଓ ଆସ୍କା ୪୦ ବୋତଲର ମୂଲ୍ୟ ୪ ଲକ୍ଷରୁ ଅଧିକ ହେବା ନେଇ ଅନୁମାନ କରାଯାଉଛି ।

ତେବେ ଉକ୍ତ ବିକ୍ରେତାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବା ନେଇ ଲକ୍ଷ୍ମୀସାଗର ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.