Latest Odisha News

BREAKING NEWS

କରୋନା ଆକ୍ରାନ୍ତ ଚିହ୍ନଟ ଲାଗି ସରକାର ଜାରି କଲେ ଫୋନ ନମ୍ବର

ଭୁବନେଶ୍ୱର : ଭାରତରେ ଦୁଇଟି କରୋନା ଭାଇରସ ମାମଲା ସାମନାକୁ ଆସିବା ପରେ ଓଡିଶା ସରକାର ଜାରି କଲେ ଟେଲିଫୋନ ନମ୍ବର । ଓଡିଶାକୁ ଚୀନ ଓ ପଡୋଶୀ ଦେଶରୁ ଆସୁଥିବା ଲୋକଙ୍କ ସଠିକ୍ ଯାଂଚ କରିବା ପାଇଁ ଏହି ଆଡଭାଇଜରି ଜାରି କରାଯାଇଛି ।

ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକ ବିଜ୍ଞପ୍ତିରେ ୪ଟି ଟେଲିଫୋନ୍ ନମ୍ବର- ୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭, ୯୪୩୯୯୯୧୨୨୧, ୯୪୩୭୦୪୦୫୬୪ ଜାରି କରିଛନ୍ତି ଏବଂ ଚୀନ, ହଙ୍ଗକଙ୍ଗ, ସିଙ୍ଗାପୁର ଓ ଥାଇଲାଣ୍ଡରୁ ଆସୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ବିଷୟରେ ତୁରନ୍ତ ସୂଚନା ଦେବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ।

ରାଜ୍ୟ ସରକାର ଲୋକମାନଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ବିଳମ୍ବ ନକରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଅଧିକାରୀମାନେ ଚୀନରୁ ଓଡିଶା ଆସିଥିବା ଦୁଇ ମେଡିକାଲ ଛାତ୍ରଛାତ୍ରୀଙ୍କ ରକ୍ତ ନମୂନା ଯାଂଚ ପାଇଁ ପୁଣେ ସ୍ଥିତ ଏନଆଇଭିକୁ ପଠାଇଛନ୍ତି । ବର୍ତ୍ତମାନ ଉଭୟ ସନ୍ଦିଗ୍ଧଙ୍କୁ ଆଇସୋଲେସନ ରୁମରେ ରଖାଯାଇଛି ।

Leave A Reply

Your email address will not be published.