Latest Odisha News

ଭୁବନେଶ୍ୱରର ଏହି ସ୍ଥାନରେ ମିଳେ ୮୦ ପ୍ରକାରର ଚା’ !

ଭୁବନେଶ୍ୱର: ଚା’ କାହାକୁ ବା ପସନ୍ଦ ନୁହେଁ । କାମର ଟେନସନ ହେଉ କିମ୍ବା ସାଙ୍ଗସାଥିଙ୍କ ସହ ଖୁସି ମଜାରେ ହେଉ । ଗରମ ଚା’ ର ସ୍ୱାଦ ପାଟିରେ ବାଜିଲେ ଟେନସନ ଅଧା ହୋଇଯିବା ସାଙ୍ଗକୁ ଖୁସି ମଜା ଦୁଇ ଗୁଣିତ ହୋଇଯାଏ ।

ଯଦି ଆପଣଙ୍କୁ ପଚରା ଯାଏ ଆପଣ କେତେ ପ୍ରକାରର ଚା ବିଷୟରେ ଜାଣିଛନ୍ତି ? ଏକ ଦୁଇ ଅବା ତିନି କି ଚାରି ପ୍ରକାର? ଅତି ବେଶିରେ ୮/୧୦ ପ୍ରକାର ଚା କଥା ଆପଣ ଜାଣିଥିବେ ।କିନ୍ତି ଆଜି ଆମେ ଆପଣଙ୍କୁ ଜଣାଇବୁ ଏମିତି ଏକ ସ୍ଥାନ ଯେଉଁଠି ମିଳିଛି ପ୍ରାୟ ୮୦ ପ୍ରକାରର ଚା’ ।

ହଁ ଆଜ୍ଞା । ଠିକ ପଢିଲେ, ରାଜଧାନୀ ଭୁବନେଶ୍ୱରରେ ରହିଛିଏଭଳି ଏକ ଦୋକାନ ଯେଉଁଠି ମିଳୁଛି ୮୦ ପ୍ରକାର ଚା’ ।

କେଉଁଠି ଏହି ଦୋକାନ କିଏ ଏହାକୁ ପ୍ରସ୍ତୁତ କରିଛି, ଆସନ୍ତୁ ଜାଣିବା…

ଭୁବନେଶ୍ୱର ସିଆରପି ଛକରେ ରହିଛି ରାମ ଭାଇଙ୍କ ଦୋକାନ। ତାଙ୍କର ବାଟ ତିଆରି ୮୦ ରୁ ଅଧିକ ପ୍ରକାରର ଚା ପାଇଁ ସେ ବେଶ ଜଣାଶୁଣା।

ସକାଳ ହେଉ କି ସନ୍ଧ୍ୟା ରାମ ଭାଇଙ୍କ ଚା’ ପାଇଁ ଏଠି ସବୁ ବେଳେ ଜମିଥାଏ ଲୋକଙ୍କ ଭିଡ଼ । ରାମଭାଇଙ୍କ ଚାହା ପିଇବା ପାଇଁ କାହିଁ କେତେ ଆଡୁ ଧାଇଁ ଆସନ୍ତି ଲୋକ ।

ରାମ ଭାଇଙ୍କ ଗ୍ରାହକ ବିଶେଷ କରି ହେଉଛନ୍ତି ଯୁବ ପିଢୀ । ବହୁମାତ୍ରାରେ ଯୁବକ ଯୁବତୀ ଏଠି ଚା ଟିକେ ପିଇବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରନ୍ତି ।

ତେବେ ଯୁବପିଢୀଙ୍କ ଚାହିଦାକୁ ଆଖି ଆଗରେ ରଖି ନିଜ ଚା’ ରେ ଭେରାଇଟି ଆଣିଥିବା କହନ୍ତି ରାମ ଭାଇ ।

ତାଙ୍କ ଚାର ଦାମ ୧୦ରୁ ଆରମ୍ଭ କରି ୧୦୦ ଟଙ୍କା ଯାଏ ରହିଛି । ସେ ୧୦ ଟଙ୍କାର ଲେମନ ଚା’ ହେଉ କି ୧୦୦ ଟଙ୍କାର ୱାଇନ ଚା’, ରାମ ଭାଇଙ୍କ ହାତ ତିଆରି ଚା’ ର୍ ଏଠାରେ ରହିଛୁ ବହୁତ ଡିମାଣ୍ଡ ।

ଏହା ବ୍ୟତୀତ ସ୍ବାସ୍ଥ୍ୟ ପାଇଁ ହିତକାର ବିଭିନ୍ନ ପ୍ରକାରର ଆୟୁର୍ବେଦିକ ଚା’ ମଧ୍ୟ ପ୍ରସ୍ତୁତ କରନ୍ତି ରାମ ଭାଇ ।

Leave A Reply

Your email address will not be published.