Latest Odisha News

BREAKING NEWS

୨ ଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ ବିଦେଶୀ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ବିଦେଶୀ ପ୍ରତିନିଧି ୨ ଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ ଆସି ଶ୍ରୀନଗରରେ ପହଞ୍ଚିଛନ୍ତି । ଭାରତ ଫେବ୍ରୁଆରୀ ୫ରେ ଜମ୍ମୁ ଓ କାଶ୍ମୀରରେ ୪ଜି ସେବା ପୁଣି ଆରମ୍ଭ ହୋଇଥିବା ଘୋଷଣା କରିଥିଲା । ଧାରା ୩୭୦ ପ୍ରତ୍ୟାହାରର ପ୍ରାୟ ୧୮ ମାସ ପରେ ଆରମ୍ଭ ହୋଇଥିଲା ୪ଜି ଇଣ୍ଟରନେଟ୍ ସେବା । ଭାରତର ଏହି ଘୋଷଣା ପରେ ଶ୍ରୀନଗର ପହଞ୍ଚିଛନ୍ତି ବିଦେଶୀ ପ୍ରତିନିଧି ଦଳ ।

ବିଦେଶୀ ପ୍ରତିନିଧି ଦଳ ନବ ନିର୍ବାଚିତ ଜିଲ୍ଲା ବିକାଶ ପରିଷଦ ସଦସ୍ୟଙ୍କ ସହ ଆଲୋଚନା କରିପାରନ୍ତି । ସୀମାରେ ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ମଧ୍ୟ ସୁରକ୍ଷାକର୍ମୀ ବିଦେଶୀ ପ୍ରତିନିଧି ଦଳକୁ ଅବଗତ କରାଇବାର କାର୍ଯ୍ୟକ୍ରମ ରହିଛି । ବିଦେଶୀ ପ୍ରତିନିଧି ଦଳ ଶ୍ରୀନଗର ଓ ଜାମ୍ମୁ ଯିବେ । ୨୦୧୯ ଅଗଷ୍ଟ ୫ରେ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ଅଲଗା ଅଲଗା କେନ୍ଦ୍ର ଶାସିତ ପ୍ରଦେଶ ଗଠନ ପରେ ଏହା ବିଦେଶୀ ପ୍ରତିନିଧିଙ୍କ ତୃତୀୟ ଗସ୍ତ ।

ଏହି ବିଦେଶୀ ପ୍ରତିନିଧି ଦଳରେ ୨୪ ଦେଶ ଅଛନ୍ତି । ଚିଲେ, ବ୍ରାଜିଲ୍, କ୍ୟୁବା, ବୋଲିଭିଆ, ଏଷ୍ଟୋନିଆ, ଫିନଲାଣ୍ଡ, ଫ୍ରାନ୍ସ, ଆର୍ୟାଲାଣ୍ଡ, ନେଦରଲାଣ୍ଡ, ପର୍ତ୍ତୁଗାଲ, ଇୟୁ, ବେଲଜିୟମ, ସ୍ୱିଡେନ୍, ଇଟାଲି, ବାଂଲାଦେଶ, ମାଲାୱି, ଇରିଟ୍ରିଆ, କୋଟେ, ଘାନା, ସେନେଗାଲ, ମାଲେସିଆ, ତାଜିକିସ୍ତାନ, କିର୍ଗିଜିସ୍ତାନର ପ୍ରତିନିଧି ସାମିଲ୍ ଅଛନ୍ତି ।

୨୦୧୯ ଅକ୍ଟୋବରରେ ୟୁରୋପ ସଂସଦର ୨୭ ଜଣିଆ କମିଟି କାଶ୍ମୀର ଗସ୍ତରେ ଆସିଥିଲେ । ଦିଲ୍ଲୀର ନିମନ୍ତ୍ରଣ କ୍ରମେ ୟୁରୋପୀୟ ସଂସଦର ୨୭ ଜଣିଆ କମିଟି ଆତଙ୍କବାଦ ଦ୍ୱାରା କିଭଳି କାଶ୍ମୀର ପୀଡ଼ିତ ବୁଲି ଦେଖିଥିଲେ ।

Leave A Reply

Your email address will not be published.