Latest Odisha News

BREAKING NEWS

ଚିତ୍ରକୋଣ୍ଡା ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାକୁ ମିଛ କହିଲେ ଏସଡିପିଓ

ମାଲକାନଗିରି : ଚିତ୍ରକୋଣ୍ଡା ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ଆଜି ମୁହଁ ଖୋଲିଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମମ୍ରମ୍ । ସେ କହିଛନ୍ତି ଏହି ଘଟଣାରେ ପ୍ରାଥମିକ ତଦନ୍ତ କରାଯାଇଛି । ଆଉ ଏହି ଅଭିଯୋଗ ଅମୂଳକ ବୋଲି ଜଣାପଡିଛି । ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଉଲ୍ଲଂଘନ ହୋଇନାହିଁ । ନାବାଳକମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି । ଘଟଣାଟି ସମ୍ବେଦନ ଶୀଳ ହୋଇଥିବାରୁ ଏହାର ସବୁ ଦିଗ ପ୍ରତି ଧ୍ୟାନ ଦିଆଯାଉଛି ।

ଚୋର ସନ୍ଦେହରେ ୪ ନାବାଳକଙ୍କୁ ପୋଲିସ ୩ଦିନ ଧରି ଥାର୍ଡ ଡିଗ୍ରୀ ଦେଇଥିବା ଅଭିଯୋଗ ହୋଇଥିଲା । ସେମାନଙ୍କୁ ମାଡ ମାରିବା ସହ ନାବାଳକଙ୍କୁ ସକ୍ ଦେବା ପରି ଅଭିଯୋଗ ମଧ୍ୟ ଆଣିଥିଲେ ପରିବାର ଲୋକେ । ଗତ ୧୨ ତାରିଖରେ ଚିତ୍ରକୋଣ୍ଡାରେ ଏକ ଚୋରି ଘଟଣାରେ ପୋଲିସ ଏମାନଙ୍କୁ ଘରୁ ଉଠାଇ ଆଣିଥିଲା ।

Leave A Reply

Your email address will not be published.