Latest Odisha News

BREAKING NEWS

ଶିମିଳିପାଳରେ ମାତିଛନ୍ତି ହାତୀ ଶିକାରୀ; ୫ ଗିରଫ, ୪ ଦାନ୍ତ ଜବତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ବଢ଼ି ଚାଲିଛି ଶିକାରୀଙ୍କ ଦୌରାତ୍ମ । ବନ ବିଭାଗର ଟିମ୍ ଯଶୀପୁରର ଜାମକେଶ୍ୱର ଗାଁରେ ଚଢ଼ାଉ କରି ୪ଟି ହାତୀ ଦାନ୍ତ ଜବତ ଜବତ କରିଛି । ମାମଲାରେ ୫ ଜଣଙ୍କୁ ଗିରଫ କରିଛି ବନ ବିଭାଗ ।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପନିର୍ଦେଶକଙ୍କ ନେତୃତ୍ୱରେ ଶିମିଳିପାଳ ଦକ୍ଷିଣ, ଶିମିଳିପାଳ ଉତ୍ତର ଏବଂ ରାଇରଙ୍ଗପୁର ଡିଭିଜନର ଏସିଏଫ୍, ରେଞ୍ଜର୍ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଚଢ଼ାଉ କରିଥିଲା । କିଛି ଦିନ ତଳେ ଶିକାରୀ ଗୁଳିରେ  ୨ ଜଣ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।

Comments are closed.