Latest Odisha News

BREAKING NEWS

ଷ୍ଟୋକ୍ସଙ୍କ ଲଢୁଆ ଶତକ ସତ୍ୱେ ପରାସ୍ତ ହେଲା ଇଂଲଣ୍ଡ, ସିରିଜରେ ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ

ଲର୍ଡସ: ଆଶେସ କ୍ରିକେଟ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୪୩ ରନରେ ଇଂଲଣ୍ଡକୁ ପରାସ୍ତ କରି ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ବେନ ଷ୍ଟୋକ୍ସଙ୍କ ଲଢ଼ୁଆ ଶତକ ସତ୍ୱେ ଇଂଲଣ୍ଡ ୩୭୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୩୨୭ ରନ କରିବାକୁ ସକ୍ଷମ ହୋଇଥିଲା । ଷ୍ଟୋକ୍ସ ୧୫୫ ଓ ବେନ ଡକେଟ ୮୩ ରନର ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ, ପ୍ୟାଟ କୁମିନ୍ସ ଓ ଜୋଶ ହାଜେଲଉଡ ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୧୬ ରନ ଜବାବରେ ଇଂଲଣ୍ଡ ୩୨୫ ରନ କରିବାକୁ ସକ୍ଷମ ହୋଇଥିଲା । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୭୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଫଳରେ ଇଂଲଣ୍ଡ ସମ୍ମୁଖରେ ୩୭୧ ରନର ଟାର୍ଗେଟ ରହିଥିଲା ।

ଶେଷ ଭାଗରେ ଜୋଶ ଟଙ୍ଗ ଓ ଜେମ୍ସ ଆଣ୍ଡରସନ ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରି ମ୍ୟାଚକୁ ଅଧିକ ରୋମାଂଚକର କରିଥିଲେ । ଗୁରୁତ୍ୱପୂର୍ଣ୍ଣ ସମୟରେ ଜନୀ ବେୟାରଷ୍ଟୋଙ୍କୁ ଅଣ ଖେଳୁଆଡ ଢ଼ଙ୍ଗରେ ଆଉଟ କରି ଅଷ୍ଟ୍ରେଲିଆ ମ୍ୟାଚକୁ ହାତମୁଠାକୁ ଆଣିଥିଲା । ଷ୍ଟୋକ୍ସ ଗୋଟିଏ ପଟେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ବିଜୟ ସମ୍ଭାବନା ସୃଷ୍ଟି କରାଇଥିଲେ । ସେ ଆଉଟ ହେବା ପରେ ଅଷ୍ଟ୍ରେଲିଆ ମ୍ୟାଚକୁ ସହଜରେ ଜିତି ନେଇଥିଲା ।

Leave A Reply

Your email address will not be published.