Latest Odisha News

BREAKING NEWS

୯ ବର୍ଷରେ ମୋଦି ଯାହା କରିଛନ୍ତି, ସ୍ୱାଧୀନତା ପରଠାରୁ ଲୋକଙ୍କ ପାଇଁ ହୋଇନଥିଲା: ମନମୋହନ

ଭୁବନେଶ୍ୱର: ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ମାସେ ବ୍ୟାପି ‘ମହା ଜନସଂପର୍କ ଅଭିଯାନ’ର ଚାଲିଛି । ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଭାଟପଡା ପଂଚାୟତ ସ୍ଥିତ ପାଡୁସହି, ନାଉଗରଡା, ଉଗ୍ରତାରା, ସହଦେବଦାସ ପାଟଣାର ୧୫୯ ଓ ୧୬୦ ନମ୍ବର ବୁଥରେ ଘରକୁ ଘର ବୁଲି ମହା ଜନସମ୍ପର୍କ ଅଭିଯାନରେ ସାମିଲ ହୋଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।

ଗତ ୯ବର୍ଷରେ ମୋଦିଜୀ ଯାହା କରିଛନ୍ତି ସ୍ୱାଧୀନତା ପରଠାରୁ ସାଧାରଣ ଜନତାଙ୍କ ପାଇଁ ତାହା ହୋଇନଥିଲା । ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣାରେ ଚାଉଳ ବଂଟନ, ସ୍ୱଚ୍ଛ ଭାରତ ଯୋଜନାରେ ଓଡିଶାର ୭୭ଲକ୍ଷ ଲୋକଙ୍କୁ ପାଇଖାନା ଓ ଆବାସ ଯୋଜନାରେ ରାଜ୍ୟ ସରକାର ୨୯ଲକ୍ଷ ଘର ମୋଦି ସରକାରକୁ ମାଗିଥିଲେ ତାହା ଅନୁମୋଦନ କରିଛନ୍ତି ମୋଦିଜୀ । ଦେଶର କିଷାନ ସମ୍ମାନ ନିଧି ଯୋଜନାରେ ୧୧କୋଟି କୃଷକଙ୍କ ଉନ୍ନତି ପାଇଁ ବର୍ଷକୁ ୬ହଜାର ଟଙ୍କା ଯୋଗାଇବା ସହ ୨ଲକ୍ଷ ୨୫ହଜାର କୋଟି ଟଙ୍କା ଏଯାଏଁ ମୋଦିଜୀ ଦେଇସାରିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।

ମୋଦିଜୀ ୨ହଜାର ଟଙ୍କାର ଔଷଧ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନାରେ ମାତ୍ର ୨ଶହ ଟଙ୍କାରେ ଲୋକଙ୍କ ପାଖରେ ପଂଚାଉଛନ୍ତି । ଗରୀବ ଲୋକେ ବଂଚିବା ପାଇଁ ଓ କର୍ମନିଯୁକ୍ତିରେ ଯାହା ଯାହା ଆବଶ୍ୟକ ଅଛି ସେଭଳି ଯୋଜନା ମୋଦିଜୀ କରିଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ବର୍ଷ ପୂର୍ଣ୍ଣ ହୋଇଛି । ଘର ଘର ଜନସଂପର୍କ ଅବସରରେ ସମସ୍ତ ନେତୃବୃନ୍ଦ ଘରକୁ ଘର ଯାଇ ଲୋକଙ୍କୁ ୯ ବର୍ଷର ସଫଳତା ବିଷୟରେ ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଉପରେ ଆସ୍ଥା ଅତୁଟ ରଖିବା ପାଇଁ ଜନତାଙ୍କ ସମର୍ଥନ ଲୋଡିଛନ୍ତି ।

ଗତ ୯ ବର୍ଷରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୧୩୧୦ ଟଙ୍କାରୁ ୨୧୮୩ ଟଙ୍କାକୁ ବୃଦ୍ଧି କରିଛନ୍ତି ମୋଦି ସରକାର । ମୋଦିଜୀ ୯କୋଟି ୭୫ଲକ୍ଷ ମାଆ ଓ ଭଉଣୀମାନଙ୍କୁ ଉଜ୍ଜ୍ୱଳା ଗ୍ୟାସ ଯୋଗାଇଛନ୍ତି ଓ ମୋଦିଜୀଙ୍କ ୩ଶହ ୨୫ଟି ଯୋଜନାରେ ସାଧାରଣ ଲୋକେ ଉପକୃତ ହେଉଛନ୍ତି । ଭାରତକୁ ୩୩ହଜାର କୋଟି ଟଙ୍କାର କରୋନା ଟୀକା ଦେଇଛନ୍ତି ମୋଦିଜୀ । କୃଷି ବୀମା ଯୋଜନାରେ ଯଦି ୩୩ ପ୍ରତିଶତ ଚାଷୀଙ୍କ କ୍ଷତି ହୁଏ ତାହାଲେ କ୍ଷତିପୁରଣ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଭଳି ଐତିହାସିକ ପଦକ୍ଷେପ ନେଇଛନ୍ତି ମୋଦିଜୀ । ଫଳରେ ଚାଷୀ ଆଜି ୯ବର୍ଷ ଧରି ଏହି କ୍ଷତିପୂରଣ ପାଉଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।

Leave A Reply

Your email address will not be published.