Latest Odisha News

BREAKING NEWS

ବନ୍ୟଜନ୍ତୁ ଶିକାର ଅଭିଯୋଗ: ୪ ଗିରଫ

ନୂଆପଡା: କୋମନା ବନ ବିଭାଗକୁ ବନ୍ୟଜନ୍ତୁ ଶିକାର ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି। ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, କୋମନା ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଭାଲୁକୋନା ଗାଁରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ବନ ବିଭାଗ ୫ ଜଣଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ବନ୍ୟ ବରାହ ମାଂସ ଜବତ କରିଥିଲା।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଭାଲୁକୋନା ଗାଁର ସୋମନାଥ ସାହୁ, ମାଧବ ମାଝୀ, ଭୁବନ ମାଝୀ ଓ ଦିଲୀପ ମାଝୀ। ତଦନ୍ତ ସମୟରେ ଏହି ଅଭିଯୁକ୍ତମାନେ ପୂର୍ବରୁ ଏକ ଭାଲୁକୁ ମଧ୍ୟ ହତ୍ୟା କରିଥିବା ତଥ୍ୟ ସାମ୍ନାକୁ ଆସିଥିବା ଖଡ଼ିଆଳ ଡିଏଫଓ ସୂଚନା ଦେଇଛନ୍ତି। ବନ ବିଭାଗ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ବନ୍ୟଜନ୍ତୁ ସୁରକ୍ଷା ପ୍ରତି ବନ ବିଭାଗର ଏହି କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି।

Leave A Reply

Your email address will not be published.