Latest Odisha News

BREAKING NEWS

ଆମ୍ବୁଲାନ୍ସ ପହଞ୍ଚିଲାନି, ଟ୍ରାକ୍ଟରରେ ଜନ୍ମହେଲା ଶିଶୁ କନ୍ୟା

ଭବାନୀପାଟଣା: ଲୋକଙ୍କ ସୁବିଧା ପାଇଁ ସରକାର ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରଙ୍କ ସେହି ଅର୍ଥ ସଠିକ କାମରେ ନଲାଗିପାରିବାରୁ ଆଜି ବି ଅନେକ ଲୋକ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟରେ ଥିବା ଦୁର୍ଗମ ଅଞ୍ଚଳବାସୀ ଆଜି ବି ଅନେକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଅଁଳାଭାଟି ପଞ୍ଚାୟତର ଦାବିରିଘାଟି ଗାଁରେ । ରାସ୍ତା ନଥିବାରୁ ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା, ସେଥିପାଇଁ ଟ୍ରାକ୍ଟରରେ ଅତି ବିପଦଶଙ୍କୁଳ ଅବସ୍ଥାରେ ନବଜାତ ଶିଶୁ ଜନ୍ମ ହୋଇଛି ।

ଉର୍ମିଳା ମାଝୀଙ୍କର ପ୍ରସବ ବେଦନା ଆରମ୍ଭ ହେବା ପରେ ପରିବାର ତରଫରୁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ହେଲେ ଗାଁରେ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ସେଠାରେ ପହଞ୍ଚିପାରିନଥିଲା । ଅନ୍ୟ ଗାଁରେ ଆମ୍ବୁଲାନ୍ସ ଅପେକ୍ଷା କରି ରହିବାରୁ ଗ୍ରାମବାସୀମାନେ ଏକ ଟ୍ରାକ୍ଟରରେ ମହିଳାଙ୍କୁ ନେଇଥିଲେ । ହେଲେ ରାସ୍ତାରେ ଯିବାବେଳେ ଉର୍ମିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଏହାପରେ ଉଭୟ ମା ଓ ଶିଶୁଙ୍କୁ ମେଡିକାଲକୁ ନିଆଯାଇଥିଲା । ସରକାର ଲୋକଙ୍କ ପାଇଁ ସବୁକିଛି କରୁଛନ୍ତି ହେଲେ ଏଠାରେ ରାସ୍ତା ନଥିବାରୁ ଆଜି ଜଣେ ମା ଟ୍ରାକ୍ଟରରେ ନିଜ ଶିଶୁକୁ ଜନ୍ମ ଦେଇଛି । ଏହି ଘଟଣା ପରେ ତୁରନ୍ତ ଉକ୍ତ ଅଞ୍ଚଳରେ ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.