Latest Odisha News

BREAKING NEWS

ଅବସରପ୍ରାପ୍ତ ଫରେଷ୍ଟର ଗିରଫ; ଘରୁ ହରିଣ ଛାଲ ସହ…

ଦେବଗଡ଼: ଦେବଗଡ଼ ବନଖଣ୍ଡର ଅବସରପ୍ରାପ୍ତ ଫରେଷ୍ଟର କିଶୋର ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରିଛି ବନ ବିଭାଗ। ବାରକୋଟ ଥାନା ଅକ୍ଷରଶିଳା ଗାଁରୁ ଗିରଫ କଲା ବନ ବିଭାଗ । ଘରୁ ହରିଣ ଛାଲ ଓ ମୟୂର ପୁଚ୍ଛ ମିଳିବାରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ସୂଚନାଥାଉକି, ଚାକିରି ସମୟରେ ହରିଣ ଛାଲ, ମୟୂର ପକ୍ଷୀ ଘରକୁ ଆଣିଥିବା ସନ୍ଦେହ କରାଯାଉଛି। ତାଙ୍କ ଘରୁ ୭୪୫ଟି ମୟୁର ପୁଚ୍ଛ, ହରିଣ ଛାଲ ଜବତ କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ତାଙ୍କ ଘରେ ଚଢାଉ କରିଥିଲା ବନବିଭାଗ। ଫରେଷ୍ଟର ପ୍ରଶ୍ନ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ତାଙ୍କୁ ଗିରଫ କରାଯାଇଛି। ଡାକ୍ତରୀ ଯାଞ୍ଚ ପରେ ଅଭିଯୁକ୍ତ କିଶୋର ଚନ୍ଦ୍ର ପ୍ରଧାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.