Latest Odisha News

BREAKING NEWS

ଖଇର କାଠ ଚୋରା ଚାଲାଣ ବେଳେ ବନବିଭାଗର ଅତର୍କିତ ଚଢାଉ, ୧ ଟନରୁ ଅଧିକ ଜବତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଗୋପାଳପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଘୋଘରପାଲି ରିଜର୍ଭ ଫରେଷ୍ଟ ଭିତରେ ରାତିର ଅନ୍ଧାରରେ ଚାଲିଥିଲା ଖଇର କାଠ ଚୋରାଚାଲାଣ । ଖବରପାଇ ଖଇର କାଠ ଜବତ କଲା ବନବିଭାଗ । ଘଟଣାସ୍ଥଳରୁ ୧ ଟନରୁ ଅଧିକ କାଠ ଜବତ କରିଥିବା ସୂଚନା ଦେଇଛି ବନ ବିଭାଗ । ତେବେ ଏହି ଜବତ ଖଇର କାଠ ଲକ୍ଷାଧିକ ଟଙ୍କାର ହେବ ।

ଖବର ମୁାତବକ, ସୁନ୍ଦରଗଡ଼ ଗୋପାଳପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଘୋଘରପାଲି ରିଜର୍ଭ ଫରେଷ୍ଟ ଭିତରେ ଖଇର କାଠ କଟାଯିବା ସହ ତାକୁ ଛତିଶଗଡ଼ କୁ ଚାଲାଣ କରିବା ପାଇଁ ଯୋଜନା କରାଯାଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ବନ ବିଭାଗ । ଏନେଇ ଯୋଜନା କରି ଚୋରା ଚାଲାଣ କରିବା ପାଇଁ ସଜ ହେଉଥିବାବେଳେ, ଦୁର୍ବୁତ୍ତମାନଙ୍କ ଉପରେ ଅତର୍କିତ ଭାବରେ ଚଢାଉ କରିଥିଲା ବନ ବିଭାଗ ।

ହେଲେ ଘଟଣାସ୍ଥଳରୁ ଦୁର୍ବୁତ୍ତ ମାନଙ୍କୁ କାବୁ କରିବାକୁ ଅସଫଳ ହୋଇଥିବାବେଳେ, ଘଟଣା ସ୍ଥଳରୁ ବହୁ ମୂଲ୍ୟ କାଠ ଜବତ କରିଛି ବନ ବିଭାଗ । ଏହା ସହ ଦୁର୍ବୁତ୍ତଙ୍କୁ ଧରିବାକୁ ତନାଘନା କରୁଛି ବିଭାଗ ।

Leave A Reply

Your email address will not be published.