Latest Odisha News

BREAKING NEWS

ଗଭୀର କୂଅ ଭିତରୁ ଉଦ୍ଧାର ହେଲା ୫ ଫୁଟର ବିଷଧର ନାଗ

ନବରଙ୍ଗପୁର : ଗଭୀର କୂଅ ଭିତରୁ ବିଷଧର ନାଗ ସାପକୁ ଉଦ୍ଧାର କରିଛି ବନ ବିଭାଗ । ପାଣି ଭିତରୁ ୫ ଫୁଟରୁ ଅଧିକ ଲମ୍ବର ସାପକୁ ଉଦ୍ଧାର କରଯାଇଛି । ୧ ଘଣ୍ଟା ପରିଶ୍ରମ କରି ବନ ବିଭାଗର ଟିମ୍ ସାପକୁ କାବୁ କରିଛି । ନବରଙ୍ଗପୁର ଜିଲ୍ଲା ଉମରକୋର୍ଟ ନିକଟସ୍ଥ ଅଧିକରୀଗୁଡାରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ ଗାଁର ମିଣ୍ଟୁ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ କୁଅରେ ତିନି ଦିନ ହେବ ସାପଟି ପଡି ରହିଥିଲା ।

କିନ୍ତୁ ସାପଟି ବାହାରକୁ ଦେଖାଯାଉନଥିଲା । କୂଅରୁ ପାଣି ବାହାର କରିବା ସମୟରେ ପରିବାର ଲୋକ ସାପକୁ ଦେଖିବାକୁ ପାଇଥିଲେ । କିନ୍ତୁ ଭୟର ସାପକୁ ବାହାରକୁ ନ କାଢି ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଉମରକୋର୍ଟ ବନବିଭାଗର ଏକ ଟିମ୍ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ । ପରେ ସାପକୁ ଏକ ପ୍ଲାଷ୍ଟିକ୍ ଜାରରେ ପୁରାଇ ନେଇଯାଇôଥଲେ ।

Leave A Reply

Your email address will not be published.