Latest Odisha News

BREAKING NEWS

ତିନି ଦିନ ତାତିରୁ ନିସ୍ତାର ନାହିଁ

ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ୍ ବଢ଼ିବା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟକୁ ଫେରିଛି ତାତି । ଗ୍ରୀଷ୍ମ ଲହରି ଜାରି ରହିଛି । ଆଗାମୀ ତିନି ଦିନ ଆହୁରି ତାତିବ ଓଡ଼ିଶା । ରାଜ୍ୟରେ ବଢ଼ିବ ପାରଦ । ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିବା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ମାର୍ତ୍ତାବନ ଉପସାଗର ଓ ତତ୍-ସଂଲଗ୍ନ ମିଆଁମାର ଅଞ୍ଚଳରେ ଗତକାଲି ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ତେବେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ ।

ଆଜିଠାରୁ ଓଡ଼ିଶାରେ କାଳବୈଶାଖୀ ବର୍ଷାର ସମ୍ଭାବନା ନାହିଁ । ପାଗ ଶୁଖିଲା ଓ ଖରାଟିଆ ରହିବ । ତାତି ବଢ଼ିବ । ୨୩ ତାରିଖ ଯାଏ ରାଜ୍ୟରେ ତାତିର ପ୍ରକୋପ ଅଧିକ ରହିପାରେ । ୨୩ ଓ ୨୪ ତାରିଖରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଗତକାଲି ରାଜ୍ୟର ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା ।

Leave A Reply

Your email address will not be published.