Latest Odisha News

BREAKING NEWS

ହାତୀ ଛୁଆ ମୃତ୍ୟୁ ଘଟଣା: ବଲଣ୍ଡା ଫରେଷ୍ଟ ଗାର୍ଡ ନିଲମ୍ବିତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରାଉରକେଲା ବନଖଣ୍ଡ କୁଆଁରମୁଣ୍ଡା ବନ ରେଂଜ ଅଚଂଳରେ ପୋଖରୀରେ ବୁଡି ହାତୀ ଛୁଆ ମୃତ୍ୟୁ ଘଟଣାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣା ବଲଣ୍ଡା ଫରେଷ୍ଟ ଗାର୍ଡ ସଂଘମିତ୍ର ମହାନ୍ତିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ସେପଟେ ଏହି ଘଟଣାରେ କୁଆଁରମୁଣ୍ଡା ଭାରପ୍ରାପ୍ତ ରେଞ୍ଜର ମନୋଜ ଟିଗ୍‌ଗା ଓ କଲୁଙ୍ଗା ଫରେଷ୍ଟର ବିନିତା ବାରୁଆଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏନେଇ ରାଉରକେଲା ଡିଏଫ୍‌ଓ ସଞ୍ଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ, ଗୁରୁବାର ରାତିରେ ରତୁକପେଡ଼ି ସଂରକ୍ଷିତ ଜଙ୍ଗଲର ସାନଡୋଲାକୁଦରେ ଥିବା ବନ ବିଭାଗ ନର୍ସରୀ ନିକଟସ୍ଥ ପୋଖରୀକୁ ଏକ ୭ଜଣିଆ ହାତିପଲ ପାଣି ପିଇବା ଲାଗି ଯାଇଥିଲେ। ହେଲେ କୌଣସି କାରଣରୁ ପଲରେ ଥିବା ହାତୀଛୁଆଟି ପୋଖରୀରୁ ବାହାରି ପାରି ନ ଥିଲା। ଏହା ଜାଣି ପାରି କୁଆଁରମୁଣ୍ଡା ବନ ରେଞ୍ଜ ହାତୀ ଘଉଡ଼ାଳିମାନେ ସେଠାରେ ପହଞ୍ଚି ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିଲେ। ହେଲେ ହାତୀଛୁଆଟି ବୁଡ଼ି ଯାଇଥିବା ନେଇ ରାତିରେ ଜଣାପଡ଼ି ନ ଥିଳା। ଶୁକ୍ରବାର ଅପରାହ୍ନରେ ତାର ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.