Latest Odisha News

BREAKING NEWS

କଂଗ୍ରେସ ଭବନ ଆକ୍ରମଣ ପଛରେ ବିଜେଡି: ପ୍ରଦୀପ ମାଝି

ଭୁବନେଶ୍ୱର: ଶୁକ୍ରବାର କଂଗ୍ରେସ ଭବନରେ କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ବିଜେଡିର ହାତ ରହିଥିବା କଂଗ୍ରେସ ଅଭିଯୋଗ କରିଛି । ବରିଷ୍ଠ ନେତା ପ୍ରଦୀପ ମାଝି କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଇଙ୍ଗିତରେ କଂଗ୍ରେସ ଭବନରେ ଆକ୍ରମଣ ହୋଇଛି । ମାସ୍କ କିଣା ଦୁର୍ନୀତିରେ ସରକାର ସଂପୃକ୍ତ ରହିଛନ୍ତି, ଏନେଇ କଂଗ୍ରେସ ସାମ୍ବିଦିକ ସମ୍ମିଳନରେ ତଥ୍ୟ ପ୍ରକାଶ କରିବା ପରେ ଉଦ୍ଦେଶ୍ୟମୂଳକ ଭାବେ ଆକ୍ରମଣ ହୋଇଛି ।

ସେପଟେ ବିଜେଡି ଏହାର ପ୍ରତିକ୍ରିୟା ରଖିଛି । ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, ଏହା କଂଗ୍ରେସର ଆଭ୍ୟନ୍ତରୀଣ ବ୍ୟାପାର । ନିଜ ଭିତରେ ଏକତା ରଖିବାରେ ସେମାନେ ଅସଫଳ । କରୋନା ମହାମାରୀ ସମୟରେ ରାଜନୀତି ଠିକ୍ ନୁହେଁ ବୋଲି ଶଶୀଭୂଷଣ କହିଛନ୍ତି ।

Leave A Reply

Your email address will not be published.