Latest Odisha News

ବଲାଙ୍ଗୀରରେ ବନ ବିଭାଗର ଗଜସାଥୀଙ୍କୁ କଚାଡିଲା ହାତୀ

ବଲାଙ୍ଗୀର: ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ଭିତରେ କେତେବେଳେ ମଣିଷ ତାର ଜୀବନ ହାରୁଛି ତ ଆଉ କେତେବେଳ ହାତୀର ଜୀବନ ଯାଉଛି । ଏହାରି ମଧ୍ୟରେ ବଲାଙ୍ଗୀରରୁ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଘଟଣା  । ହାତୀ ଆକ୍ରମଣରେ ବନ ବିଭାଗର ଗଜସାଥୀ ଗୁରୁତର ହୋଇଛନ୍ତି । ଗୁରୁତର ଜଙ୍ଗଲ ବିଭାଗ କର୍ମଚାରୀ ବା ଗଜସାଥିଜଣକ ହେଉଛନ୍ତି ରବି ମାଝୀ  । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବୁଦେଲଗୁମା ଗାଁକୁ ୧୦ଟିକିଆ ଜଙ୍ଗଲୀ ହାତୀ ପଶିଆସିଥିବା ବନ ବିଭାଗ ଖବର ପାଇଥିଲା ।

ଏହାପରେ ଆଜି ସକାଳୁ ବନ ବିଭାଗର କର୍ମଚାରୀ ମାନେ ଗାଁକୁ ହାତୀ ଘଉଡାଇବା ପାଇଁ ଯାଇଥିଲେ । ଜଙ୍ଗଲ ବିଭାଗ କର୍ମଚାରୀଙ୍କ ମଧ୍ୟରେ ରବି ମାଝୀ ମଧ୍ୟ ଥିଲେ । ହାତୀ ଦେଖିବାକୁ ଘଟଣାସ୍ଥଳରେ ବହୁ ଲୋକ ଙ୍କର ଭିଡ ଜମିଥିଲା । ହଠାତ୍ ରବିଙ୍କୁ ଏକ ହାତୀ କଚାଡି ଦେଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ହାତୀ ଆକ୍ରମଣରେ ରବିଙ୍କର ହାତ ଭାଙ୍ଗିଯାଇଥିବା ସୂଚନା ମିଳିଛି  ।  ଏବେବି ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରୀ ରଖିଛି ବନ ବିଭାଗ  ।

Leave A Reply

Your email address will not be published.