Latest Odisha News

BREAKING NEWS

ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ

ନୟାଗଡ : ଥମୁନି ବାଘ ଛାଲ ବେପାରୀଙ୍କ ପ୍ରାର୍ଦୁଭାବ  । ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ମାଡି ବସିଲା ଏସଟିଏଫ୍ । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଦଶପଲ୍ଲା ଅଞ୍ଚଳରେ ।  ସୂଚନା ଅନୁସାରେ ଦୁଇ ଜଣ ବାଘ ଛାଲ ବେପାରୀ ୧୦ ଲକ୍ଷ ଟଙ୍କାରେ ବାଘ ଛାଲ ବିକିବାକୁ ଡିଲ କରୁଥିଲେ ।

କୌଣସି ବିଶେଷ ସୂତ୍ରରୁ ଏସଟିଏଫ୍ ଟିମ୍ ଖବର ପାଇ ଚଢାଉ କରିଥିଲା । ଏବଂ ଉକ୍ତ ସ୍ଥାନରୁ ଦୁଇ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ମଧ୍ୟ ଜବତ କରାଯାଇଛି  ।  ବାଘ ଦୁଇଟି କୁ କେଉଁ ଜଙ୍ଗଲରୁ ଶିକାର କରାଯାଇଛି  । ସେ ନେଇ ଖୋଳତାଡ ଚାଲିଛି ।

Leave A Reply

Your email address will not be published.