Latest Odisha News

BREAKING NEWS

ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ନିର୍ବାଚନ : ଆଜି ନାମାଙ୍କନ ଦାଖଲ

ଭୁବନେଶ୍ବର : ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ନିର୍ବାଚନ । କାଲି ସକାଳ ୯ଟା ୩୦ରେ ଭୋଟ୍ ଗ୍ରହଣ ହେବ । ଏଥିଲାଗି ଆଜି ନାମାଙ୍କନ ଦାଖଲ ହେବ  । ଏ ନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଲେଖିଥିଲେ ବିଧାନସଭା ସଚିବ  । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ପଦବୀ ଖାଲି ପଡିଛି । କିଛି ଦିନ ତଳେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ୨୦୧୯ ଜୁନ୍ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ।

ଦଳୀୟ ସଙ୍ଗଠନକୁ ମଜବୁତ୍ କରିବାରୁ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ସେପଟେ ଆସନ୍ତାକାଲି ଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି । ଏନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଅଧିବେଶନ ଯେପରି ସୁରୁଖୁରରେ ଚାଲିବ, ସେ ନେଇ ସବୁ ଦଳଙ୍କ ସହ ଆଲୋଚନା କରିବେ ବାଚସ୍ପତି । ତେବେ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ଉପ-ବାଚସ୍ପତି ନିର୍ବାଚନ ଶେଷ ହେବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.