Latest Odisha News

BREAKING NEWS

ଥମୁନି ହାତୀ ଆତଙ୍କ: ହାତୀ ଆକ୍ରମଣରେ ଦୁଇ ବନ କର୍ମଚାରୀ ଗୁରୁତର

ବାରିପଦା: ଥମୁନି ହାତୀ ଆତଙ୍କ  । କେତେବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି ତ ଆଉ କେତେବେଳେ ହାତୀ ମୃତ୍ୟୁବରଣ କରୁଛି  । ଆଜି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାରିପଦା ବନଖଣ୍ଡ ଅଧିନରେ ଥିବା ବେତନଟୀ ରେଞ୍ଜରେ  । ହାତୀ ଘଉଡାଇବା ବେଳେ ହାତୀ ହାବୁଡରେ ପଡିଛନ୍ତି ଫରେଷ୍ଟର ଓ ଜଣେ ବନ କର୍ମଚାରୀ  । ହାତୀ ଉଭୟଙ୍କୁ ଟେକି କଚାଡି ଦେବାରୁ ଉଭୟଙ୍କ ଅବସ୍ଥା ଗୁରୁତର ରହିଛି  । ଗୁରୁତର ଦୁଇ ଜଣ ଫରେଷ୍ଟର ପ୍ରଦୀପ ଦେହୁରୀ ଓ ପ୍ରୋଟେକ୍ଟସନ ଆସିଷ୍ଟାଣ୍ଟ ଯତୀନ କିସ୍କୁ ବୋଲି ଜଣାପଡିଛି  । ଗୁରୁତର ଅବସ୍ଥାରେ ଉଭୟଙ୍କୁ ନିକଟସ୍ଥ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି  ।

ସୂଚନା ମୂତାବକ ବାରିପଦା ବନଖଣ୍ଡ ଅଧୀନରେ ଥିବା ବେତନଟୀ ରେଞ୍ଜ ର ମେରଦା ବେଣାପୁରା ଗାଁ ଭିତରକୁ ଗତ କାଲି ରାତିରେ ଏକ ହାତୀ ପଲ ପଶି ଆସିଥିଲେ। ହାତୀ ପଲରେ ୫ଟି ହାତୀ ରହିଥିଲେ। ସେମାନଙ୍କ ମଧ୍ୟରୁ ଏକ ଛୁଆ ହାତୀ ଧାନ ଖାଇବାକୁ ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ପଶି ଯାଇଥିଲା । ଛୁଆ ହାତୀକୁ ଘଉଡାଇବାକୁ ବନ କର୍ମଚାରୀ ବି ଉକ୍ତ ଘର ଭିତରେ ପଶି ଯାଇଥିଲେ।

ମାତ୍ର ସେଠାରେ ଏକ ମାଇ ହାତୀ ଉପସ୍ଥିତ ଥିବା ସେମାନେ ଜାଣି ପାରି ନ ଥିଲେ। ହାତୀକୁ ଦେଖି ବନ କର୍ମଚାରୀ ଛତ୍ରଭଙ୍ଗ ଦେଇଥିବା ବେଳେ ଫରେଷ୍ଟର ଏବଂ ଜଣେ ଠିକା କମଚାରୀ ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀ ଉଭୟଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ଫଳରେ ଉଭୟ ଗୁରୁତର ହୋଇ ପଡ଼ିଥିଲେ। ସାଥି କର୍ମଚାରୀମାନେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ଗତ କିଛି ଦିନ ଧରି ବେତନଟୀ ଓ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଫଳରେ ଲୋକେ ଭୟଭୀତ ଅଛନ୍ତି। ଯାହାକୁ ନେଇ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ଜାରି ରହିଛି।

Leave A Reply

Your email address will not be published.