Latest Odisha News

BREAKING NEWS

ଆଜିଠୁ ବିଜେଡିର ମାଷ୍ଟର ଟ୍ରେନର ତାଲିମ କାର୍ଯ୍ୟକ୍ରମ: ୪ଟି ପର୍ଯ୍ୟାୟରେ ୮୦୦ କର୍ମୀଙ୍କୁ ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଜେଡିର ମାଷ୍ଟର ଟ୍ରେନର ତାଲିମ କାର୍ଯ୍ୟକ୍ରମ । ପର୍ଯ୍ୟବେକ୍ଷକମାନଙ୍କ ବୈଠକରେ ସୁପ୍ରିମୋ ନବୀନ ପଟ୍ଟନାୟକ କର୍ମୀମାନଙ୍କୁ ପ୍ରଶିକ୍ଷଣ ପାଇଁ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଦଳ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି । ଶଙ୍ଖ ଭବନରେ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ  । ରାଜ୍ୟର ସମସ୍ତ ୧୪୭ ବିଧାନସଭା କ୍ଷେତ୍ରର ସମସ୍ତ ପଞ୍ଚାୟତରୁ ଅତି କମରେ ୩ରୁ ୪ଜଣ ସକ୍ରିୟ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ।  ୩୯ ଦିନରେ ଚାରି ପର୍ଯ୍ୟାୟରେ ୮୦୦ କର୍ମୀଙ୍କୁ ତାଲିମ ପ୍ରଦାନ କରାଯିବ ।

ଆସନ୍ତା ୧୯ ତାରଖ ଯାଏ ଦଳ ପକ୍ଷରୁ ସକ୍ରିୟ କର୍ମୀମାନଙ୍କୁ ତାଲିମ ଦିଆଯିବ  । ଦଳର ବରିଷ୍ଠ ନେତା ତଥା ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ତତ୍ବାବଧାନରେ  ଏଥିପାଇଁ ଏକ କମିଟି ଗଠନ କରଯାଇଛି । ଏଥିରେ ବହୁ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ମଧ୍ୟ ସାମିଲ କରାଯାଇଛି । ଦଳର ବରିଷ୍ଠ ନେତାମାନଙ୍କ ସହ ବିଭିନ୍ନ ବିଭାଗର ବିଶେଷଜ୍ଞ, ଅର୍ଥନୀତିଜ୍ଞ, ରାଜନୈତିକ ବିଶାରଦ ମଧ୍ୟ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ। ଏହି ପ୍ରଶିକ୍ଷିତ ମାଷ୍ଟର ଟ୍ରେନରମାନେ ନିଜ ଅଞ୍ଚଳରେ ବିଧାନସଭା ନିର୍ବାଚନମଣ୍ଡଳୀ , ଜିଲ୍ଲା ପରିଷଦ ଜୋନ ଓ ପଞ୍ଚୟାତସ୍ତରରେ ପ୍ରଶିକ୍ଷଣ ଶିବିରରେ ଅନ୍ୟମାନଙ୍କୁ ତାଲିମ୍ ଦେବାର ସୂଚନା ରହିଛି  ।

Leave A Reply

Your email address will not be published.