Latest Odisha News

BREAKING NEWS

କେନ୍ଦୁପତ୍ର ଚୋରା ଚାଲାଣ କରି ଫରେଷ୍ଟର୍ ନିଲମ୍ବିତ: ରେଞ୍ଜର ଫେରାର

ଟିଟିଲାଗଡ: କେନ୍ଦୁପତ୍ର ଚୋରାଚାଲାଣ ଅଭିଯୋଗରେ ନିଲମ୍ବିତ ହେଲେ ଫରେଷ୍ଟର । ଫରେଷ୍ଟର ଅରକ୍ଷିତ ଦଳାଇଙ୍କୁ ନିଲମ୍ବିତ କରିଛନ୍ତି ଟିଟିଲାଗଡ ଡିଏଫଓ । କେନ୍ଦୁପତ୍ରର ବିଭାଗ ପ୍ରାଥମିକ ତଦନ୍ତ କରି ଫରେଷ୍ଟରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଇଛି ।

ସୂଚନା ମୁତାବକ, ଟିଟିଲାଗଡ ଡିଭିଜନ ନୂଆପାଲି ଫଡିରୁ ଦେଓଗାଁ ରେଞ୍ଜକୁ ୪୦ଟି ବସ୍ତା ରେ ୪୮୦ ବଣ୍ଡଲ କେନ୍ଦୁ ପତ୍ର ଏକ ପିକପ ଯୋଗେ ଗତ ୧୮ ତାରିଖରେ ଚାଲାଣ ହେଉଥିଲା । ତେବେ ୪୦ଟି ବସ୍ତାରେ ୨୪ଟି ବସ୍ତାର କାଗଜ ପତ୍ର ଠିକ୍ ଥିବା ବେଳେ ବାକି ୨୬ ବସ୍ତାର ୩୧୨ ବଣ୍ଡଲ ବେଆଇନ ଭାବେ ବାହାରକୁ ଚାଲାଣ କରିବା ପାଇଁ ଦେଓଗାଁ ରେଞ୍ଜକୁ ନିଆଯାଉଥିବାର ଅଭିଯୋଗ ଆସିଥିଲା ।

ତେବେ ଗାଡ଼ିର ଟ୍ରାଞ୍ଜିଟ୍ ପାସ୍ କି କେନ୍ଦୁ ପତ୍ର ବଣ୍ଡଲର ଫର୍ମ ନମ୍ୱର ୬ ନ ଥିଲା ଯାହାକୁ ନେଇ ଅଧିକ ସନ୍ଦେହ ଦେଖା ଦେଇଥିଲା । ଏହି ଅଭିଯୋଗ ଆସିବା ଦିନରୁ ଦେଓଗାଁ କେନ୍ଦୁପତ୍ର ରେଞ୍ଜର ଧୁବା ରଣା ଅଫିସ ଆସୁ ନଥିବାରୁ ଚୋରା ଚାଲାଣକୁ ନେଇ ଅଧିକ ସନ୍ଦେହ ଦେଖାଦେଇଛି ।

Comments are closed.