ବ୍ରହ୍ମପୁର: ଗଞ୍ଜାମ ଜିଲା ବୁଗୁଡା ସହରର ରଘୁନାଥ ସାହିର ଦୁଇ ନିଶା ବେପାରୀ ଭାଇ ବନମାଳୀ ପ୍ରଧାନ ଏବଂ ଅରୁଣ ପ୍ରଧାନଙ୍କ ପ୍ରାୟ ୩ କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତି କରାଯାଇଛି । ଏନଡିପିଏସ୍ ଆକ୍ଟ ଅନୁଯାୟୀ କଲିକତାର ଏକ ପ୍ରାଧିକୃତ ସଂସ୍ଥା ତରଫରୁ ଏହି ସମ୍ପତ୍ତି ବାଜ୍ୟାପ୍ତି ହୋଇଥିବା ଜଣାପଡ଼ିଛି ।
ଓଡ଼ିଶା ପୋଲିସର ଏସ୍ଟିଏଫ୍ର ସୁପାରିଶ କ୍ରମେ କଲିକତାର ପ୍ରାଧିକୃତ ସଂସ୍ଥା ଏହି ପଦକ୍ଷେପ ଗ୍ରହଣ କରିଛି । ଏହି ସମ୍ପତ୍ତି ଭିତରେ ରହିଛି ୫ଟି ବ୍ୟବସାୟିକ କୋଠା, ୮ଟି ଜମି, ୫୯୫ ଗ୍ରାମର ସୁନା ଏବଂ ୧୯ଟି ବ୍ୟାଙ୍କ ଆକାଉଣ୍ଟରେ ଜମା ଟଙ୍କା ଥିବା ଜଣାପଡିଛି।
ଚଳିତ ବର୍ଷ ଏପ୍ରିଲ୍ ୨୯ ତାରିଖରେ ଏସ୍ଟିଏଫ୍ ଚଢ଼ଉ କରି ଉଭୟଙ୍କ ପାଖରୁ ୧୦୬ କିଲୋ ଗଞ୍ଜେଇ ଏବଂ ୫୧୭ ଗ୍ରାମ୍ ଅଫିମ ଜବତ କରିଥିଲା । ଏଥି ସହିତ ଉଭୟଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ପରବର୍ତ୍ତି ସମୟରେ ତଦନ୍ତ ବେଳେ ଉଭୟ ନିଶା ବେପାରରୁ ପ୍ରାୟ ୩ କୋଟି ଟଙ୍କାର ସମ୍ପତ୍ତି କରିଥିବା ଜଣାପଡ଼ିଥିଲା ।
Comments are closed.