Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ହେଲା ଚେସ ଅଲିମ୍ପିଆଡ, ପଦ୍ମିନୀଙ୍କ ଉପରେ ରହିବ ନଜର

ମାଡ୍ରାସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଗୁରୁବାର ୪୪ତମ ଚେସ ଅଲିମ୍ପିଆଡକୁ ଉଦଘାଟନ କରିଛନ୍ତି । ଏଥିସହ ଏହି ଅଲିମ୍ପିଆଡ ବିଧିବଦ୍ଧ ଭାବେ ଆରମ୍ଭ ହୋଇଯାଇଛି । ଉଦଘାଟନୀ ସମାରୋହରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ମହାନ ଚେସ ଖେଳାଳି ବିଶ୍ୱନାଥନ ଆନନ୍ଦ ଯୋଗ ଦେଇଥିଲେ । ଏହି ଅବସରରେ ମୋଦି ଚେସ ପ୍ରିୟ ବୋଲି ଷ୍ଟାଲିନ କହିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ତାମିଲନାଡୁ ଭାରତୀୟ ଚେସର ପ୍ରାଣକେନ୍ଦ୍ର ବୋଲି କହିଥିଲେ । ଏହି ଅଲିମ୍ପିଆଡରେ ଦୁଇ ଶକ୍ତିଶାଳୀ ଦେଶ ଚୀନ ଏବଂ ରୁଷ ଭାଗ ନେଉ ନାହାନ୍ତି । ସେହିପରି ପାକିସ୍ତାନ ଶେଷ ମୂହର୍ତରେ ଏଥିରୁ ଓହରି ଯାଇଛି । ବିଶ୍ୱନାଥନ ଆନନ୍ଦ ମୁକାବିଲାରେ ଅଂଶଗ୍ରହଣ ନ କରି ଭାରତୀୟ ଟିମର ମେଂଟର ଦାୟିତ୍ୱ ତୁଲାଇବେ ।
ପଦ୍ମିନୀଙ୍କ ଉପରେ ରହିବ ନଜର: ଓଡିଶାର ଷ୍ଟାର ମହିଳା ଚେସ ଖେଳାଳି ପଦ୍ମିନୀ ରାଉତଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ଘରୋଇ ପରିବେଶରେ ଭାରତ ପାଇଁ ପଦକ ଜିତିବା ନିମନ୍ତେ ତାଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି । ସେ ମହିଳା ଗ୍ରୁପ ବିରେ ସ୍ଥାନ ପାଇଛନ୍ତି ।

ଭାରତୀୟ ଟିମ:
ଓପନ ଏ: ବିଦିତ ଏସ ଗୁଜରାତୀ, ପି.ହରିକ୍ରିଷ୍ଣା, ଅର୍ଜୁନ ଏରିଗୌସୀ, ଏସଏଲ ନାରାୟଣନ, କେ.ଶଶିକିରନ ।
ବି ଗ୍ରୁପ: ସୂର୍ଯ୍ୟ ଶେଖର ଗାଙ୍ଗୁଲି, ଏସପି ସେଥୁରମନ, ଅଭିଜିତ ଗୁପ୍ତା, କାର୍ତିକେୟନ ମୁରଲୀ, ଅଭିମନ୍ୟୁ ପୁରାଣିକ ।
ମହିଳା ଏ: କୋନେରୁ ହମ୍ପି, ଡି.ହାରିକା, ଆର.ବୈଶାଳୀ, ତାନିଆ ସଚଦେବା, ଭକ୍ତି କୁଲକର୍ଣ୍ଣି,
ଗ୍ରୁପ ବି: ଅବନ୍ତିକା ଅଗ୍ରୱାଲ, ସୌମ୍ୟା ସ୍ୱାମୀନାଥନ, ମେରୀ ଏନ ଗୋମ୍ସ, ପଦ୍ମିନୀ ରାଉତ, ଦିବ୍ୟା ଦେଶମୁଖ ।
ଗ୍ରୁପ ସି: ଈଶା କରବଡେ, ସାହିତି ୱାର୍ଶିନୀ, ପ୍ରତ୍ୟୁଷା ବୋଡ୍ଡା, ପିବି ନଦିନ୍ଧା, ବିଶ୍ୱ ବାସନାୱା ।

Leave A Reply

Your email address will not be published.