Latest Odisha News

BREAKING NEWS

ଲାଞ୍ଚ ମାମଲାରେ ପୂର୍ବତନ ଏଏସ୍‌ଆଇଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ

ଯାଜପୁର: ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଯାଜପୁର ଜିଲ୍ଲା ଜେନାପୁର ଥାନାରେ କାମ କରିଥିବା ପୂର୍ବତନ ଏଏସ୍‌ଆଇ ଅମୀୟ କୁମାର ବେହେରା । ଆଜି ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ କରିଛନ୍ତି । କୋର୍ଟଙ୍କ ରାୟ ପରେ ଅମୀୟଙ୍କୁ ଏଏସଆଇଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଅମୀୟ ବେହେରା ଜେନାପୁର ଥାନାରେ କାର୍ଯ୍ୟ ରତ ଥିବା ସମୟରେ ଏକ ପ୍ରକୀର୍ଣ୍ଣ ଅଭିଯୋଗ (ମିସେଲେନିୟସ୍‌ ଏଲିଗେସନ୍‌)ର ଆପୋଷ ବୁଝାମଣା କରିବାକୁ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଇଥିଲେ । ବର୍ତ୍ତମାନ ଅମୀୟ ବେହେରା କଟକ ଜିଲ୍ଲା ଆଠଗଡ଼ ଥାନାରେ କାର୍ଯ୍ୟରତ ।

ଏହି ମାମଲାରେ ଆଜି (ଗୁରୁବାର) ସ୍ବତନ୍ତ୍ର କୋର୍ଟ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୨), ୧୩(୧)(ଡି) ଓ ୭ରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦଣ୍ଡାଦେଶରେ ୪ ବର୍ଷ କାରାଦଣ୍ଡ ଓ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି ।

Leave A Reply

Your email address will not be published.