Latest Odisha News

BREAKING NEWS

ଗଞ୍ଜାମ ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳି ମାରି ହତ୍ୟା

ଗଞ୍ଜାମ: ପୁଣି ଫୁଟିଲା ଗୁଳି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ମୃତକ ହେଲେ ଦେବରାଜ ସାହୁ । ସୁମଣ୍ଡଳ ଛକରେ ଚା ପିଉଥିବା ବେଳେ ଦେବରାଜଙ୍କୁ ଗୁଳିମାଡ଼ ହୋଇଛି । ୩ ଜଣ ଦୁର୍ବୃତ୍ତ ଆସି ଗୁଳିମାଡ଼ କରି ଫେରାର୍ ହୋଇଯାଇଥିଲେ ।

ଘଟଣାସ୍ଥଳରେ ହିଁ ଦେବରାଜଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଚା ଦୋକାନ ପାଖରେ ଥିବା ଲୋକ ଭୟରେ ପଳାଇ ଯାଇଥିଲେ । ଗୁଳିମାଡ଼ କରି ଖଲ୍ଲିକୋଟ ରାସ୍ତାରେ ଫେରାର୍ ହୋଇଯାଇଥିଲେ ଦୁର୍ବୃତ୍ତ । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୂର୍ବ ଶତ୍ରୁତା ନା ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ସେନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.