Latest Odisha News

ଆଜିଠୁ ଆମେରିକାରେ ବାଇଡେନ୍ ଯୁଗର ଆରମ୍ଭ

ଓ୍ୱାଶିଂଟନ୍: ଆମେରିକାରେ ଆଜିଠୁ ବାଇଡେନ୍ ରାଜ୍ । ଦେଶରେ ନୂଆ ରାଷ୍ଟ୍ରପତି ଭାବରେ ଶପଥ ନେବେ ଜୋ ବାଇଡେନ୍ । ତାଙ୍କୁ ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ବିଚାରପତି ଜନ୍‌ ରବର୍ଟସ୍‌ । ବାଇଡେନଙ୍କ ସହ ଉପରାଷ୍ଟ୍ରପତି ଭାବରେ କମଲା ହାରିସ ଶପଥ ନେବେ । ବାଇଡେନ ଦେଶରେ ୪୬ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ ।

ଭାରତୀୟ ସମୟ ଅନୁସାରେ ରାତି ୧୦ଟାରେ ଜାତୀୟ ସଂଗୀତ ସହ ଆରମ୍ଭ ହେବ ଶପଥଗ୍ରହଣ କାର୍ଯ୍ୟକ୍ରମ । ରାତି ୧୦ଟା ୩୦ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । କୋଭିଡକୁ ଦୃଷ୍ଟିରେ ରଖି କେବଳ ନିମନ୍ତ୍ରିତ ଅତିଥି ସମାରୋହରେ ଉପସ୍ଥିତ ରହିବେ । ସାମିଲ ହେବେ ନାହିଁ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ବାଇଡେନଙ୍କ ଶପଥ ଗ୍ରହଣ ସମରୋହକୁ ଦୃଷ୍ଟିରେ ରଖି କ୍ୟାପିଟଲ ହିଲ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କ୍ୟାପିଟଲ୍‌, ହ୍ଵାଇଟ୍‌ ହାଉସ୍‌ ଓ ଅନ୍ୟ ପ୍ରମୁଖ ବିଲ୍‌ଡିଂ ଗୁଡ଼ିକୁ ବ୍ୟାରିକେଡ୍‌ କରାଯାଇଛି । ଓ୍ଵାଶିଂଟନ୍‌ରେ ଲକ୍‌ଡାଉନ୍‌ ସହ ଗାଡ଼ିମୋଟର ଚଳାଚଳ ଉପରେ କଟକଣା ଲାଗିଛି । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ହିଂସାତ୍ମକ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ମୁତୟନ ହେବେ ୨୦ ହଜାର ସଶସ୍ତ୍ର ସୁରକ୍ଷାକର୍ମୀ ।

Leave A Reply

Your email address will not be published.