Latest Odisha News

ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ

ବରଗଡ଼: ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଅଶୋକ ପାଣିଗ୍ରାହୀ ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ଶନିବାର ଦିନ ଇସ୍ତଫା ପ୍ରଦାନ କରିଛନ୍ତି ।

ଦଳରେ ତାଙ୍କପ୍ରତି ଉଦାସୀନତା ତଥା ହତାଦର ମନୋଭାବ ପ୍ରଦର୍ଶନ କରାଯାଇଥିବାରୁ ସେ ଦଳ ପରିତ୍ୟାଗ କରିଛନ୍ତି ବୋଲି ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । “ବିଜେପିର ଦଳୀୟ ନେତୃତ୍ୱ ମୋ ପ୍ରତି ଆସ୍ଥା ଭାଜନ କରିପାରିଲେ ନାହିଁ । ମୋତେ କୌଣସି ଦଳୀୟ ଦାୟିତ୍ୱ ଦେବାରୁ କ୍ଷାନ୍ତ କରିଛନ୍ତି ଦଳୀୟ ନେତୃବୃନ୍ଦ । ଦଳର ସାଂଗଠନିକ ଦାୟିତ୍ୱରେ ରହିଥିବା ନେତୃବୃନ୍ଦ ହିଁ ମୋ ଇସ୍ତଫା ପ୍ରଦାନର ମୂଳ କାରଣ,” ବୋଲି କହିଛନ୍ତି ଶ୍ରୀ ପାଣିଗ୍ରାହୀ ।

ଏବେ ଶ୍ରୀ ପାଣିଗ୍ରାହୀ ବିଜୁ ଜନତା ଦଳ (ବିଜେଡ଼ି)ରେ ମିଶିବା ନେଇ କଳ୍ପନାଜଳ୍ପନା ଚାଲିଛି । “ଏବେ ସେମିତି କିଛି ସମ୍ଭାବନା ନାହିଁ । ମୋର ବିଜେଡ଼ି ନେତୃବୃନ୍ଦଙ୍କ ସହିତ କୌଣସି ସମ୍ପର୍କ ନାହିଁ ଏବଂ ବିଜେଡ଼ି ପକ୍ଷରୁ ମଧ୍ୟ ମୋତେ ଏଯାଏଁ କୌଣସି ଯୋଗାଯୋଗ କରାଯାଇନାହିଁ,” ଇସ୍ତଫା ଦେବାପରେ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ଶ୍ରୀ ପାଣିଗ୍ରାହୀ ।

ଏସମ୍ପର୍କରେ ଏହି ପୂର୍ବତନ ବିଧାୟକ ଆହୁରିମଧ୍ୟ କହିଛନ୍ତି ଯେ, ସେ ନିଜ ନିର୍ବାଚନ ମଣ୍ଡଳୀର ସମର୍ଥକମାନଙ୍କ ସହିତ ଆଲୋଚନା କରିବା ପରେ ସେମାନଙ୍କ ପରାମର୍ଶ ଅନୁସାରେ ଯାହାକିଛି ନିଷ୍ପତ୍ତି ଗ୍ରହଣ କରିବି ।

Leave A Reply

Your email address will not be published.