Latest Odisha News

BREAKING NEWS

ନିର୍ଦ୍ଦେଶିକା ଭାବେ ଓଡ଼ିଆ ଝିଅ ଦେବମିତ୍ରାଙ୍କ ବଲିଉଡ଼ ଡ଼େବ୍ୟୁ; ୧୫ରେ ରିଲିଜ୍ ହେବ ଫିଲ୍ମ୍

ଭୁବନେଶ୍ବର: ବଲିଉଡରେ କମାଲ କଲେ ଓଡ଼ିଆ ଝିଅ ଦେବମିତ୍ରା ବିଶ୍ୱାଳ । ଅପକମିଙ୍ଗ ମୁଭି ‘ମୋତିଚୁର୍‌ ଚଖ୍‌ନାଚୁର୍‌’ ଜରିଆରେ ବଲିଉଡରେ ଡେବ୍ୟୁ କରିବେ ଦେବମିତ୍ରା । ଆସନ୍ତା ନଭେମ୍ବର ୧୫ ତାରିଖରେ ଏହି ସିନେମା ରିଲିଜ ହେବାକୁ ଥିବାବେଳେ ଶୁକ୍ରବାର ଏହାର ଟ୍ରେଲର ରିଲିଜ ହୋଇଛି ।

ଭୁବନେଶ୍ୱରର ଝିଅ ଦେବମିତ୍ରା ଚଳଚ୍ଚିତ୍ରର କାହାଣୀ ଓ ନିର୍ଦ୍ଦେଶନା ଦେଇଛନ୍ତି ।

ଏହି ଚଳଚ୍ଚିତ୍ର ଜରିଆରେ ନଓ୍ଵାଜୁଦ୍ଦିନ ସିଦ୍ଦିକି ଓ ଆଥିୟା ସେଠୀଙ୍କ ଯୋଡି ପ୍ରଥମଥର ପାଇଁ ମୁଖ୍ୟ ଭୂମିକାରେ ନଜର ଆସିବ ।ଏଥିରେ ନଓ୍ଵାଜୁଦ୍ଦିନ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଭୂମିକାରେ ନଜର ଆସିବେ। ସେ ଆଥିୟାଙ୍କୁ ବିବାହ କରିବାକୁ ଚାହୁଁଥିବା ବେଳେ ଆଥିୟାଙ୍କ ସ୍ୱପ୍ନ ଥିବ ଜଣେ ପ୍ରବାସୀ ଭାରତୀୟଙ୍କୁ ବିବାହ କରିବାକୁ। ପରେ ସେ ଦୁହିଁଙ୍କର ବିବାହ ହେଉଛି ଓ ହସ-ମଜ୍ଜାର ମାହଲ ସୃଷ୍ଟି ହୋଇଯାଉଛି।

ଏହି ଚଳଚ୍ଚିତ୍ରଟିର ଅଧିକାଂଶ ଅଂଶ ଭୋପାଳ ଠାରେ ସୁଟିଂ ହୋଇଛି ।

ପୂର୍ବରୁ ଦେବମିତ୍ରା ‘ରାଧା କି ବେଟିୟାଁ କୁଛ କର ଦିଖାଏଗି’ ଓ ‘ଲପ୍ତାଗଞ୍ଜ’ ଚଳଚ୍ଚିତ୍ରରେ କ୍ରିଏଟିଭ୍‌ ଡିରେକ୍ଟର ଭାବେ କାର୍ଯ୍ୟ କରି ସାରିଛନ୍ତି। ଦେବମିତ୍ରା ବାଲାଜି ଟେଲିଫିଲ୍ମରେ ସହକାରୀ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରିସାରିଛନ୍ତି ।

Leave A Reply

Your email address will not be published.