Latest Odisha News

ପ୍ରତିଶୃତି ରକ୍ଷା କରି ଶପଥ ସମାରୋହରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟରେ ଭାଜପା ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ଆଉ କିଛି ସମୟ ପରେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋହନ ଚରଣ ମାଝୀ । ଏହି ଅବସରରେ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ନେଇ ପହଞ୍ଚିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ନବୀନଙ୍କୁ ଆଜି ନିମନ୍ତ୍ରଣ ଦେବାକୁ ତାଙ୍କ ବାସଭବନକୁ ଯାଇଥିଲେ ନିଜେ ମୋହନ ମାଝୀ । ସମାରୋହକୁ ଆସିବାକୁ ମୋହନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ନବୀନ । ଆଉ ପ୍ରତିଶୃତି ରକ୍ଷା କରି ଶପଥ ସମାରୋହରେ ପହଞ୍ଚିଛନ୍ତି ନବୀନ ।

ଶପଥ ଉତ୍ସବରେ ନବୀନଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ ଓ ଜେପି ନଡ୍ଡାଙ୍କୁ ବସିଥିବାର ଦେଖାଯାଇଛି । ନଡ୍ଡାଙ୍କ ସହ ନବୀନ ବହୁତ ସମୟ ଯାଏଁ ଆଲୋଚନା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

Comments are closed.