Latest Odisha News

BREAKING NEWS

ଆଜି ପ୍ରଥମ ଥର ବିଧାୟକ ଭାବେ ଶପଥ ନେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଜୁନ୍ ୧୮ ଓ ୧୯ ତାରିଖ ଦୁଇଦିନ ଧରି ସପ୍ତଦଶ ବିଧାନସଭାର ନବ ନିର୍ବାଚିତ ବିଧାୟକମାନେ ଶପଥ ନେବେ। ସମସ୍ତ ବିଧାୟକମାନଙ୍କୁ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଶପଥ ପାଠ କରାଇବେ। ତେବେ ବିଜେଡି ସଭାପତି ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ବିଧାୟକ ଭାବେ ଶପଥ ନେବେ।

ପୂର୍ବରୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ୫ ଥର ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ। ଆଜି (ମଙ୍ଗଳବାର) ଓ ଆସନ୍ତାକାଲି (ବୁଧବାର) ଦୁଇ ଦିନ ବିଧାୟକଙ୍କର ଶପଥ ପାଠ ଅନୁଷ୍ଠିତ ହେବ। ୨୦୨୪ ସାଧାରଣ ନିର୍ବାଚନରେ ବିଧାନସଭା ନିର୍ବାଚନ ଜିତିଥିବା ବିଧାୟକମାନେ ମଙ୍ଗଳବାର ଓ ବୁଧବାର ବିଧାନସଭାରେ ଶପଥ ନେବେ। ଏହି ଶପଥ ଗ୍ରହଣ ଉତ୍ସବରେ ମୋଟ୍ ୧୪୬ଜଣ ବିଧାୟକ ଶପଥ ନେବେ।

ତେବେ ଆଜି ପୂର୍ବାହ୍ନରେ ନବୀନ ପଟ୍ଟନାୟକ ବିଧାୟକ ଭାବେ ଶପଥ ନେଇପାରନ୍ତି। ଆସନ୍ତା ୨୦ ତାରିଖରେ ନୂତନ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବାଚସ୍ପତି ନିର୍ବାଚନ ପୂର୍ବରୁ ବିଧାୟକଙ୍କ ଶପଥ ପାଠ ଶେଷ ହେବ। ସେହିପରି ୧୯ ତାରିଖ ଦିନ ନୂଆ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ ବୋଲି ଜଣାପଡିଛି।

Leave A Reply

Your email address will not be published.